Categories: ଜାତୀୟ

ସାହେବ! ମୋତିଆବିନ୍ଦୁ ହୋଇଯାଇଛି ଠିକ ଭାବେ ଦେଖାଯାଉନି…ଚିକିତ୍ସା କରାଇ ଦିଅନ୍ତୁ: ମାଫିଆ ମୁଖତାର

ନୂଆଦିଲ୍ଲୀ,୫।୧: ଜେଲରେ ଥିବା ମାଫିଆ ମୁଖତାର ଅଂସାରୀଙ୍କ ଦୃଷ୍ଟି ଶକ୍ତି ସମସ୍ୟା ଦେଖାଦେଇଛି। ଗୁରୁବାର ବାରବାଙ୍କି କୋର୍ଟରେ ଭର୍ଚୁଆଲ ହାଜର ହେବା ସମୟରେ ସେ କହିଥିଲେ ଯେ ମୋତିଆବିନ୍ଦୁ ହେତୁ ସେ ତାଙ୍କ ଡାହାଣ ଆଖିରେ ସଠିକ ଭାବେ ଦେଖିପାରୁ ନାହାଁନ୍ତି। ତେଣୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବାକୁ ସେ ଅନୁରୋଧ କରିଛନ୍ତି।

ପଞ୍ଜାବର ରୋପଣ ଜେଲରୁ ମୁଖତାରଙ୍କୁ ବାଂନ୍ଦା ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରୁ ହିଁ ଏହା ବିରୁଦ୍ଧରେ ପଞ୍ଜୀକୃତ ହୋଇଥିବା ସମସ୍ତ ମାମଲାର ଭର୍ଚୁଆଲ ଶୁଣାଣି ହୁଏ। ଗୁରୁବାର ସେ ବାରବାଙ୍କି କୋର୍ଟରେ ହାଜର ହେବାରଥିଲା। ଏହି ସମୟରେ ସେ କହିଛନ୍ତି ଯେ ଯେ ତାଙ୍କୁ ବାଂନ୍ଦା ଜେଲରେ ଉପଯୁକ୍ତ ଚିକିତ୍ସା ମିଳୁ ନାହିଁ। ଯେଉଁଥିପାଇଁ ତାଙ୍କ ସ୍ବାସ୍ଥ୍ୟ କ୍ରମାଗତ ଭାବେ ଖରାପ ହେଉଛି।
ଜେଲ ସୂତ୍ର ଅନୁଯାୟୀ, ମୁଖତାରଙ୍କ ଅଭିଯୋଗ ଉପରେ ବିଚାରପତି ତାଙ୍କୁ ଏକ ଆବେଦନ ଦାଖଲ କରିବାକୁ କହିଛନ୍ତି। ଜେଲ ଅଧୀକ୍ଷକ ବିରେଶ୍ୱର ରାଜ ଶର୍ମା କହିଛନ୍ତି ଯେ ସିଏମଓଙ୍କୁ ଏକ ଚିଠି ଲେଖାଯାଇଛି, ଖୁବ ଶୀଘ୍ର ଜେଲରେ ଏକ ଚକ୍ଷୁ ଶିବିର ଆୟୋଜନ କରାଯିବ ଏବଂ ସମସ୍ତ କଏଦୀଙ୍କ ଆଖି ପରୀକ୍ଷା କରାଯିବ। ଯଦି କୌଣସି ଅସୁବିଧା ଥାଏ, ତେବେ ଏହାର ଚିକିତ୍ସା ମଧ୍ୟ କରାଯିବ। ଜେଲ ପ୍ରଶାସନ ମୁଖତାରଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି।

Share