Categories: ଖେଳ

ପ୍ରାରମ୍ଭରୁ ୬ ଉଇକେଟ ହରାଇ ସଙ୍କଟରେ ଶ୍ରୀଲଙ୍କା

କଲମ୍ବୋ,୧୭।୯: କଲମ୍ବୋସ୍ଥିତ ଆର୍‌.ପ୍ରେମଦାସା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ୨୦୨୩ ଏସିଆ କପ୍‌ ଫାଇନାଲ ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନାକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଶ୍ରୀଲଙ୍କା ବ୍ୟାଟର ପଡ଼ିଆକୁ ଓହ୍ଲାଇ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ୯ ଓଭର ଖେଳ ସୁଦ୍ଧା ଶ୍ରୀଲଙ୍କା ୩୦ ରନ୍‌ କରି ୬ ଉଇକେଟ ହରାଇ ସଙ୍କଟରେ ପଡ଼ିଛି।

ମହମ୍ମଦ ସିରାଜଙ୍କ ଦମ୍‌ଦାର ବୋଲିଂରେ ଶ୍ରୀଲଙ୍କା ଧରାସାୟୀ ହୋଇପଡିଛି। ମହମ୍ମଦ ସିରାଜ ୫ ଓଭର ବୋଲିଂ କରି ୭ ରନ୍‌ ଦେଇ ୫ ଉଇକେଟ ନେବାରେ ସଫଳ ହୋଇଛନ୍ତି। ଅନ୍ୟପକ୍ଷେ ଯଶପ୍ରୀତ ବୁମ୍ରା ଗୋଟିଏ ଉଇକେଟ ନେବାରେ ସକ୍ଷମ ହୋଇଛନ୍ତି।

Share