ବ୍ରିସବେନ୍,୧୯।୧: ଟେଷ୍ଟ କ୍ୟାରିୟରରେ ପ୍ରଥମ ଥର ପାଇଁ ଇନିଂସରେ ୫ଟି ଉଇକେଟ ନେବା ପରେ ମହମ୍ମଦ ସିରାଜ ଭାବପ୍ରବଣ ହୋଇଛନ୍ତି। ନିଜ ଭାବନା ପ୍ରକାଶ କରିବା ତାଙ୍କ ପାଇଁ ସହଜ ନ ଥିଲା। ସିରାଜ ଭର୍ଚୁଆଲ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ ଗତ ଦୁଇ ମାସ ମୋ ପାଇଁ ମଧ୍ୟ କଷ୍ଟସାଧ୍ୟ ଥିଲା। ପିତାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାରରେ ମଧ୍ୟ ଯୋଗ ଦେଇ ପାରି ନ ଥିଲି, କିନ୍ତୁ ମୋ ପରିଶ୍ରମ ଶେଷରେ ଫଳପ୍ରାପ୍ତ ହୋଇଛି। ସେ କହିଥିଲେ, ମୋ ବାପା ଚାହୁଁଥିଲେ ମୋ ପୁଅ ଦେଶ ତରଫରୁ ଖେଳନ୍ତୁ ଏବଂ ସାରା ବିଶ୍ୱ ତାଙ୍କୁ ଖେଳୁଥିବାର ଦେଖିବେ। ମୁଁ ଇଚ୍ଛା କରେ ସେ ଆଜି ଦେଖିବା ପାଇଁ ଜୀବିତ ଥାନ୍ତେ କି। ତାଙ୍କ ପ୍ରାର୍ଥନାର ଫଳାଫଳ ହେଉଛି ମୁଁ ୫ଟି ଉଇକେଟ ନେଇଛି। ମୁଁ ଶବ୍ଦରେ ମୋର ଭାବନାକୁ ପ୍ରକାଶ କରିପାରିବି ନାହିଁ। ସେ କହିଥିଲେ, ଏହା ଏକ କଷ୍ଟସାଧ୍ୟ ପରିସ୍ଥିତି ଥିଲା। ଅବୁଙ୍କ ମୃତ୍ୟୁପରେ ମୋ ମା’ ସହ ଫୋନ୍ରେ କଥା ହେବା ପରେ ମୁଁ ଶକ୍ତି ପାଇଲି ଏବଂ ମୁଁ ତାଙ୍କ ସ୍ବପ୍ନକୁ ପୂରଣ କରିବାକୁ ଧ୍ୟାନ ଦେଲି ବୋଲି ସେ କହିଛନ୍ତି। ସିରାଜ କହିଛନ୍ତି, ଆମର ଲକ୍ଷ୍ୟ ହେଉଛି ଏହି ସିରିଜ ଜିତିବା, ବିଶେଷକରି ଏତେ ସଂଖ୍ୟକ ଖେଳାଳିଙ୍କ ଆଘାତ ସତ୍ତ୍ୱେ ଆମ ଦଳ ପ୍ରଥମ ଇନିଂସରେ ଏକ କଠୋର ଚ୍ୟାଲେଞ୍ଜ ଉପସ୍ଥାପନ କରିଥିଲା।