Categories: ଖେଳ

ମନେ ପଡ଼ିଲେ ବାପା

ସିଡନୀ,୭।୧: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ ଚର୍ଚ୍ଚାରେ। ମ୍ୟାଚ୍‌ ଆରମ୍ଭରୁ ଜାତୀୟ ସଂଗୀତ ପରିବେଷଣ କରାଯାଉଥିବା ସମୟରେ ଭାବପ୍ରବଣ ହୋଇପଡ଼ିଥିଲେ ସେ। କେହି କେହି ଏହାକୁ ତାଙ୍କ ଦେଶଭକ୍ତିର ନମୂନା କହୁଥିବା ବେଳେ ସିରାଜ ନିଜେ ଏହା ପଛର କାରଣ କହିଛନ୍ତି। ପଡ଼ିଆରେ ଖେଳିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ବାପାଙ୍କ କଥା ମନେପଡ଼ିଥିଲା। ସେ ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟ ଖେଳେ ବୋଲି ଆଶା ରଖିଥିଲେ। ତାଙ୍କର ସ୍ବପ୍ନ ସତ ହୋଇଥିଲେ ହେଁ ଦେଖିବା ପାଇଁ ସେ ଆଉ ନାହାନ୍ତି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ଗସ୍ତ କରିବା ସମୟରେ ସିରାଜଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ହେଲେ ଅଷ୍ଟ୍ରେଲିଆରେ କରୋନା ପ୍ରୋଟୋକଲ ହେତୁ ସେ ଭାରତ ଫେରି ନ ଥିଲେ। ଏଣୁ ଶେଷଥର ପାଇଁ ସେ ତାଙ୍କ ପିତାଙ୍କୁ ଦେଖା କରିପାରି ନ ଥିଲେ। ଏବେ ମହମ୍ମଦ ଶାମିଙ୍କ ସ୍ଥାନରେ ତାଙ୍କୁ ଖେଳିବାର ସୁଯୋଗ ମିଳିଥିଲା। ମେଲବୋର୍ନରେ ସେ ଡେବ୍ୟୁ କରିଥିଲେ। ଗୁରୁବାର ସିରାଜ ନିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳିବା ବେଳେ ଭାବବିହ୍ବଳ ହୋଇଯାଇଥିଲେ।

Share