Categories: ଖେଳ

ମ୍ୟାଚ୍‌ ପରେ ସମସ୍ତଙ୍କ ହୃଦୟ ଜିତିଲେ ସିରାଜ୍‌

ନୂଆଦିଲ୍ଲୀ,୧୮।୯: ଏସିଆ କପ ଫାଇନାଲରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ୧୦ ଉଇକେଟ ନେଇ ଜିତିଛି। ଏହି ମ୍ୟାଚରେ ଟିମ ଇଣ୍ଡିଆର ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଥିଲେ। ୭ ଓଭରରେ ୨୧ ରନ ଦେଇ ସିରାଜ ୬ଟି ଉଇକେଟ ନେଇଥିଲେ। ଜବରଦସ୍ତ ବୋଲିଂ ପାଇଁ ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ମିଳିଥିଲା। କିନ୍ତୁ ସେ ପୁରସ୍କାର ରାଶି ନିଜେ ନ ନେଇ ଗ୍ରାଉଣ୍ଡ୍ସମ୍ୟାନମାନଙ୍କୁ ଦେଇ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ପୁରସ୍କାର ରାଶିରେ ସିରାଜ ୫୦୦୦ ଡଲାର (ପ୍ରାୟ ୪.୧୫ ଲକ୍ଷ ଟଙ୍କା) ପାଇଥିଲେ।
ଏସିଆ କପ ୨୦୨୩ରେ ଶ୍ରୀଲଙ୍କାର ଗ୍ରାଉଣ୍ଡ୍ସମ୍ୟାନ୍‌ମାନେ ଚର୍ଚ୍ଚାରେ ଅଛନ୍ତି। କ୍ରମାଗତ ମ୍ୟାଚ ଏବଂ ମ୍ୟାଚ ସମୟରେ ବର୍ଷା ମଧ୍ୟରେ ଗ୍ରାଉଣ୍ଡ୍ସମ୍ୟାନ୍‌ମାନେ ବହୁତ ପରିଶ୍ରମ କରିଥିଲେ। ଏହାର କାରଣ ହେଲା ବର୍ଷା ସତ୍ତ୍ୱେ ମ୍ୟାଚ ଜାରି ରହିଲା ଏବଂ ପ୍ରଶଂସକମାନେ କ୍ରିକେଟର ରୋମାଞ୍ଚକୁ ଭରପୂର ଉପଭୋଗ କରିଥିଲେ। ବର୍ତ୍ତମାନ ଏସିସି ଏହି ଗ୍ରାଉଣ୍ଡ୍ସମ୍ୟାନ୍‌ମାନଙ୍କୁ ଉପହାର ଦେବାକୁ ନିଷ୍ପତ୍ତି ନେଇଛି। ଏସୀୟ କ୍ରିକେଟ ପରିଷଦ ଶ୍ରୀଲଙ୍କାର ଗ୍ରାଉଣ୍ଡମ୍ୟାନ ତଥା ପିଚ କ୍ୟୁରେଟରମାନଙ୍କୁ ୫୦ ହଜାର ଡଲାର (୪୧.୫୪ ଲକ୍ଷ ଟଙ୍କା) ଦେବାକୁ ଘୋଷଣା କରିଛି।

Share