ଉପମୁଖ୍ୟମନ୍ତ୍ରୀ ପଛରେ: ବନ୍ଦ ରହିଛି ଗଣନା

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ସାମ୍ନାକୁ ଆସିଛି। ବହୁମତରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜୟୀ ହୋଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ପଛରେ ପଡ଼ିଯାଇଛନ୍ତି। ସିରାଥୁରେ କେଶବ ପ୍ରସାଦ ୬ହଜାର ଭୋଟ ପଛରେ ଥିବା ଜଣାପଡ଼ିଛି। ଏହାକୁ ନେଇ ଭାଜପା କର୍ମକର୍ତ୍ତା ଇଭିଏମ୍‌ରେ ତ୍ରୁଟି ଥିବା ଅଭିଯୋଗରେ ଗଣନାକୁ ବନ୍ଦ କରିଦେଇଛନ୍ତି। ଗଣନା ହେଉଥିବା ସ୍ଥାନରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଏହାପରେ ଭାଜପା ଏଜେଣ୍ଟ ପୁନଃ ମତଗଣନା ପାଇଁ ଦାବି କରିଛନ୍ତି। ଅନ୍ୟପଟେ ଏସ୍‌ପି ପ୍ରାର୍ଥୀ ପଲ୍ଲବୀ ପଟେଲ ମତଗଣନା ସ୍ଥାନକୁ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ସିରାଥୁ ବିଧାନସଭାରେ ୨୯ଟି ପର୍ଯ୍ୟାୟ ମତଗଣନା ଶେଷ ହୋଇଛି। ଯେଉଁଥିରେ ଏସ୍‌ପିର ପଲ୍ଲବୀ ପଟେଲ ୬୩୯୭ ଖଣ୍ଡ ଭୋଟର ଆଗରେ ରହିଛନ୍ତି। ପଲ୍ଲବୀଙ୍କୁ ୯୮୭୬୩ଭୋଟ ମିଳିଛି। ଅନ୍ୟପଟେ ଭାଜପା ପ୍ରାର୍ଥୀ କେଶବ ପ୍ରସାଦ ୯୨୩୬୬ ଭୋଟ ହାତେଇଛନ୍ତି। ଦୁହିଁଙ୍କ ମଧ୍ୟରେ କଡ୍ଡା ଟକର ହୋଇଥିବା ଦେଖିବାକୁ ମିଳିଛି।

Share