ଇଭିଏମ୍‌, ବାଲଟରେ ମଧ୍ୟ କେଶବ ପଛରେ

ଲକ୍ଷ୍ନୌ,୧୨।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ୨୭୩ ଆସନ ହାସଲ କରି ସରକାର ଗଢ଼ିବାକୁ ଯାଉଛି। ଇତିମଧ୍ୟରେ ଭାଜପାକୁ ଏକ ବଡ଼ ଝଟ୍‌କା ଲାଗିଛି। ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ନିଜ ଗଡ଼ରେ ହିଁ ପରାଜୟର ସାମ୍ନା କରିବାକୁ ପଡ଼ିଛି। କୋଶାମ୍ବି ଜିଲାର ସିରଥୁ ଆସନର ବିଧାୟକ ଥିବା କେଶବ ପ୍ରସାଦ ମୌର୍ଯ୍ୟ ଏସ୍‌ପି-ଅପନା ଦଳ(କେ)ର ମେଣ୍ଟ ପ୍ରାର୍ଥୀ ପଲ୍ଲବୀ ପଟେଲଙ୍କଠାରୁ ପରାସ୍ତ ହୋଇଛନ୍ତି। ଏପରିକି କେଶବ କେବଳ ଇଭିଏମ୍‌ରୁ ନୁହେଁ ପୋଷ୍ଟାଲ ବାଲଟରେ ମଧ୍ୟ ପଛରେ ରହିଛନ୍ତି। କେଶବଙ୍କୁ ପୋଷ୍ଟାଲ ବାଲଟରେ ୨୧୪ ଭୋଟ ମିଳିଥିବା ବେଳେ ପଲ୍ଲବୀଙ୍କୁ ୭୧୦ ଭୋଟ ମିଳିଛି। ସେହିପରି ଇଭିଏମ୍‌ରେ କେଶବଙ୍କୁ ୯୮୭୨୭ ଭୋଟ ମିଳିଥିବା ବେଳେ ଏସ୍‌ପି ପ୍ରାର୍ଥୀ ପଲ୍ଲବୀ ୧୦୫୫୬୮ ଭୋଟ ହାତେଇଛନ୍ତି।

Share