ହମାସ ବିରୋଧରେ ଯୁଦ୍ଧ ଘୋଷଣା କଲା ଇସ୍ରାଏଲ

ଜେରୁଜେଲମ,୭।୧୦: ଇସ୍ରାଏଲର ୩ଟି ସହରରେ ମିସାଇଲ ମାଡ ହୋଇଛି। ଶନିବାର ସକାଳେ ଗାଜାରୁ ଇସ୍ରାଏଲକୁ ହୋଇଥିବା ମିସାଇଲ ମାଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ଜଣ ଆହତ ହୋଇଛନ୍ତି। ଫିଲିସ୍ତିନୀ ସଂଗଠନ ହମାସ୍‌, ଇସ୍ରାଏଲର ୩ଟି ସହରରେ ମିସାଇଲ ମାଡ କରିଛି। ଶନିବାର ସକାଳେ ଇସ୍ରାଏଲର ତେଲ ଅଭିଭ୍‌, ସ୍ଡେରୋଟ୍‌, ଅଶ୍କଲେନ ସହର ଉପରେ ମିସାଇଲ ମାଡ ହେବାରୁ ଦେଶରେ ସାଇରନ ବାଜିବା ଆରମ୍ଭ ହୋଇଥିଲା।

ଏହି ଆକ୍ରମଣ ପାଇଁ ହମାସ୍‌ ନିଜକୁ ଦାୟୀ କରିଛି। ତେବେ ହମାସ୍‌ ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା କରିଛି। ଅନ୍ୟପଟେ ଇସ୍ରାଏଲ ମଧ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି କହିଛି। ମିସାଇଲ ମାଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମିସାଇଲ ମାଡରେ ରାସ୍ତାରେ ଥିବା କାର୍‌ ଜଳିଯିବା ସହ କୋଠାଗୁଡିକ ମଧ୍ୟ ଜଳୁଥିବାର ଦେଖାଯାଉଛି। ଇସ୍ରାଏଲ, ଦେଶର ନାଗରିକଙ୍କୁ ଘରେ ସୁରକ୍ଷିତ ରହିବାକୁ ସତର୍କ ଜାରି କରିଛି।

Share