ଦୀର୍ଘ ବର୍ଷ ପରେ ଦୂର ହେଲା ପାନୀୟ ଜଳ ସମସ୍ୟା

କୋକସରା,୨୪ା୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ସିର୍ଲିଗୁଡା ଗ୍ରାମର ଗୌନ୍ତିଆ ପଡ଼ାରେ ଦୀର୍ଘ ବର୍ଷ ପରେ ପାନୀୟଜଳର ସମସ୍ୟା ସମାଧାନ ହୋଇଛି। ପାନୀୟ ଜଳ ପାଇଁ ଅନେକ ଥର ପଞ୍ଚାୟତ ଓ ପ୍ରଶାସନ ପକ୍ଷରୁ ନଳକୂପ ଖନନ ପାଇଁ ଚେଷ୍ଟା କରିବା ସତ୍ତ୍ୱେ ଭୂତଳରେ ପଥର ରହିଥିବା କାରଣରୁ ଫେଲ ମାରୁଥିଲା। ଫଳରେ ପଡାବାସୀ ନିକଟସ୍ଥ ନଦୀ, ପୋଖରୀ ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଥିଲେ। ଖରାଦିନରେ ପଞ୍ଚାୟତ ପକ୍ଷରୁ ଟ୍ୟାଙ୍କରରେ ପଡାକୁ ପାନୀୟ ଜଳ ଯୋଗାଣ ହେଉଥିଲା। ଏନେଇ ଗ୍ରାମବାସୀ ବ୍ଲକ ପ୍ରଶାସନ ତଥା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କୁ ଅଭିଯୋଗ ପରେ ପଦକ୍ଷେପ ନିଆଯାଇଥିଲା। ନଳକୂପ ଖନନ ଫେଲ ମାରିବାରୁ ପଡାର ଅନତି ଦୂରରେ ଗଭୀର ନଳକୂପ ଖନନ କରିବା ପରେ ଏହା ଫଳପ୍ରଦ ହୋଇଥିଲା। ଚଳିତ ବର୍ଷ ଏହି ଗଭୀର ନଳକୂପରୁ ପଡ଼ାବାସୀଙ୍କୁ ତିନିଗୋଟି ଷ୍ଟାଣ୍ଡ ପୋଷ୍ଟ ଜରିଆରେ ପାନୀୟ ଜଳ ଯୋଗାଣ ହେଉଛି। ଦୀର୍ଘବର୍ଷ ପରେ ପଡାରେ ପାନୀୟ ଜଳର ସୁବିଧା ଉପଲବ୍ଧ ହୋଇଥିବା ଯୋଗୁଁ ପଡ଼ାର ଶ୍ୟାମସୁନ୍ଦର ନାଏକ, ଝଗଡେ ନାଏକ, ଗଜିନ୍ଦ୍ର ନାଏକ, ପ୍ରେମଲାଲ ନାଏକ, ବିକ୍ରମ ନାଏକ, ଗୁପ୍ତେଶ୍ୱର ବାଗ, ବଳ ହାତୀ, ଖେତୁରାମ କାଣ୍ଡ, ଲାବାନ୍ୟ କାଣ୍ଡ, ଫକୀର ଗୋପାଳ ପ୍ରମୁଖ ବ୍ଲକ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଚାଉଳ ବୋଝେଇ ଗାଡ଼ିକୁ ଅଟକ ରଖିଲେ ଗ୍ରାମବାସୀ

ଲାଠୋର୨୪।୧୦(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କନ୍ଦେଇଛାପର ଗ୍ରାମବାସୀ ଏକ ଚାଉଳ ବୋଝେଇ ଗାଡ଼ିକୁ ଗୁରୁବାର ରାତିରେ ଅଟକ ରଖି ଲାଠୋର ପୋଲିସକୁ ଖବର...

ଶୁନ୍ୟ କ୍ଷୟକ୍ଷତି ଲକ୍ଷ୍ୟରେ ସରକାର: ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନରେ କଥାହେଲେ ଏମ୍‌ପି ଷଡ଼ଙ୍ଗୀ

ବାଲେଶ୍ୱର,୨୪।୧୦(ବାଞ୍ଛାନିଧି ଦେ): ବାତ୍ୟା ମୁକାବିଲା ଏବଂ ପରିଚାଳନା ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଗୁରୁବାର ଦିନ ତମାମ...

ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ପାଇଁ କାଉଣ୍ଟଡାଉନ ଆରମ୍ଭ: ପାରାଦୀପଠାରୁ ମାତ୍ର ୮୦ କିମି ଦୂରରେ…

ଭୁବନେଶ୍ୱର,୨୪।୧୦: ସାମୁଦ୍ରିକ ଝଡ଼ ‘ଦାନା’ କୂଳଆଡକୁ ମାଡି ଆସୁଥିବା ବେଳେ ଲ୍ୟାଣ୍ଡଫଲ ପ୍ରକ୍ରିୟାର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ବାତ୍ୟା ପାରାଦୀପଠାରୁ ୮୦ କିମି ଦୂରରେ ରହିଥିବା...

ପୋଲିସ ହେପାଜତରୁ ଅଭିଯୁକ୍ତ ଫେରାର୍‌! ଚାପିବାକୁ ଚାଲିଛି ଉଦ୍ୟମ

ବରଗଡ,୨୪।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ସୋହେଲା ଥାନା ଅଞ୍ଚଳରେ ସଂଘଟିତ ଏକ ଲୁଟ ମାମଲାର ଜଣେ ଅଭିଯୁକ୍ତ ପୋଲିସ ହେପାଜତରେ ଥାଇ ଫେରାର୍‌...

ହଠାତ୍‌ ହୁତୁହୁତୁ ହୋଇ ଜଳିଗଲା ଟ୍ରାନ୍ସଫର୍ମର, ଆଉ ତା’ପରେ…

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ବୋବରିଆ ଗ୍ରାମ ନିକଟରେ ଲାଗିଥିବା ଏକ ଟ୍ରାନ୍ସଫର୍ମର ଗୁରୁବାର ସନ୍ଧ୍ୟାରେ ସଟଶର୍କିଟ ହୋଇ...

ମନ୍ତ୍ରୀଙ୍କ ବଡ଼ ସୂଚନା: ବାତ୍ୟା ସମୟରେ ନେଟ୍‌ୱର୍କ ନ ଆସିଲେ…

ଭୁବନେଶ୍ୱର,୨୪।୧୦: ବଙ୍ଗୋପସାଗରରେ ବଳ ଗୋଟାଇ ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ ଯାଏ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ।...

ଧାନଫସଲରେ ରୋଗପୋକ, ଚିନ୍ତାରେ ଚାଷୀ

କୋକସରା,୨୪ା୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା କୋକସରା ବ୍ଲକର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶୀଳ। ଚଳିତ ବର୍ଷ ବ୍ଲକର ୨୨ ପଞ୍ଚାୟତରେ ଖରିଫ...

ଡ଼.ନିବେଦିତା ନାଥଙ୍କୁ ଭାରପ୍ତାପ୍ତ କୁଳପତି ଦାୟିତ୍ୱ

ଭବାନୀପାଟଣା,୨୪।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷା ଡ଼. ନିବେଦିତା ନାଥଙ୍କୁ ବିଶ୍ୱ ବିଦ୍ୟାଳୟର ଭାରପ୍ରାପ୍ତ କୁଳପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri