Categories: ଜାତୀୟ

୮ ବଡ଼ ନେତାଙ୍କୁ ବାହାର କରିଦେଲା ଏହି ଦଳ, ଥିଲା ବଡ଼ ଅଭିଯୋଗ

ନୂଆଦିଲ୍ଲୀ, ୩୦।୦୭: ଶିରୋମଣି ଅକାଳି ଦଳ ଭିତରେ ବିଶୃଙ୍ଖଳା ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ଦଳର ଶୃଙ୍ଖଳା କମିଟି ନେତା ଗୁରୁପ୍ରତାପ ସିଂ ୱାଡାଲା, ବିବି ଜାଗିର କୌର, ପୂର୍ବତନ ସାଂସଦ ପ୍ରଫେସର ପ୍ରେମ ସିଂ ଚାନ୍ଦୁମଜ୍ରା, ପରମିନ୍ଦର ସିଂ ଧିନ୍ଦସା, ସିକନ୍ଦର ସିଂ ମାଲୁକା, ସୁରଜିତ ସିଂ ରାଖରାଙ୍କ ସମେତ ମୋଟ ୮ ଜଣ ବରିଷ୍ଠ ନେତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛନ୍ତି। ଏହି ନେତାମାନଙ୍କ ନାମରେ ଦଳରେ ବିଦ୍ରୋହୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା ।

ଦଳରେ ଚାଲିଥିବା ଏହି ଅସନ୍ତୋଷ ଯୋଗୁଁ ଦଳର କିଛି ନେତା ପାର୍ଟି ଅଧ୍ୟକ୍ଷ ସୁଖବୀର ସିଂ ବାଦଲଙ୍କ ବିରୋଧରେ ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରିଥିଲେ। ବିଦ୍ରୋହୀ ନେତାମାନେ ସୁଖବୀର ବାଦଲଙ୍କୁ ଦଳର ସଭାପତି ପଦରୁ ହଟାଇବାକୁ ଦାବି କରିଥିଲେ । ଏହା ପରେ ଦଳ ଏହି ବିଦ୍ରୋହୀ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Share