ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଟିକା: ଏପ୍ରିଲ ୨ରେ ପ୍ରବେଶ ଉତ୍ସବ

ଝରିଗାଁ,୨୧।୩(କିଶୋର ଚନ୍ଦ୍ର ମଣ୍ଡଳ): ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଲ ବାଟିକା । ଏପ୍ରିଲ ୨ରେ ପ୍ରବେଶ ଉତ୍ସବ ଏବଂ ଖଡି ଛୁଆଁ । ଛୋଟ ପିଲାଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ପିଲାଟିଏ କିଭଳି ତାର ଗୁଣାତ୍ମକ ଶିକ୍ଷା ବୃଦ୍ଧି କରିବ ସେନେଇ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି l ଶୁକ୍ରବାର ଝରିଗାଁ ସଦର ମହକୁମା ସ୍ଥିତ ଭୂତପୂର୍ବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ଶିଶୁ ବାଟିକା ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ବିଇଓଙ୍କ ଅଧ୍ୟକ୍ଷତାରେ ଝରିଗାଁ ତହସିଲଦାର ସୁମନ୍ତ କୁମାର ପାତ୍ର ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ସାଂସଦଙ୍କ ବ୍ଲକ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ସ୍ଥାନୀୟ ସରପଞ୍ଚ ଯୋଗେଶର ପୂଜାରୀ ପ୍ରମୁଖ ଉପସ୍ଥିତ ରହିଥିଲେ l

ଏହି ଅବସରରେ ଅତିଥିମାନେ ଗ୍ରାମରେ କିଛି ଅବିଭାବକମାନଙ୍କୁ ସାକ୍ଷାତ କରି ନିଜ ନିଜ ଝିଅପୁଅମାନଙ୍କୁ ଶିଶୁ ବାଟିକାରେ ସାମିଲ କରିବା ନେଇ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି l ପ୍ରାଥମିକ ଶିକ୍ଷାକୁ ଜାତୀୟ ଶିକ୍ଷାନୀତି ଆଧାରରେ ପରିଚାଳନା ପାଇଁ ଶିଶୁ ବାଟିକାର ଗୁରୁତ୍ୱ, ପ୍ରସ୍ତୁତି,ଶ୍ରେଣୀ ଶୃଙ୍ଖଳା ନିମନ୍ତେ ବିଭିନ୍ନ ଦିଗର ବିକାଶ ତଥା ଶିଶୁ ବାଟିକା ଶ୍ରେଣୀର ମାନ ନିର୍ଦ୍ଧାରଣ କୌଶଳକୁ ଅବଗତ କରାଇବା ଶିବିରର ମୂଳଲକ୍ଷ୍ୟ ବୋଲି ତହସିଲଦାର ପ୍ରକାଶ କରିଛନ୍ତି l

ସେହିପରି ୫ ରୁ ୬ ବର୍ଷ ବୟସର ପିଲାଙ୍କୁ ପ୍ରାକ-ବିଦ୍ୟାଳୟ ଶିକ୍ଷା ପାଇଁ ଭର୍ତ୍ତି କରାଯିବ। ଏହାଛଡା ୨୦୨୫-୨୬ ଶିକ୍ଷାବର୍ଷରୁ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଶିଶୁର ବୟସ ସେହି ଶିକ୍ଷାବର୍ଷର ସେପ୍ଟେମ୍ବର ପହିଲା ସୁଦ୍ଧା ୬+ ବର୍ଷ ହୋଇଥିବା ଆବଶ୍ୟକ । ୨୦୨୫-୨୬ ଶିକ୍ଷାବର୍ଷ ଏପ୍ରିଲ ପହିଲାରୁ ଆରମ୍ଭ ହେବ । ଆସନ୍ତା ୨ଏପ୍ରିଲ ରୁ ସମସ୍ତ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଏବଂ ଖଡି ଛୁଆଁ ଅଭିଯାନ ପାଳନ କରାଯିବ ବୋଲି ଗୋଷ୍ଠୀ ଶିକ୍ଷାଧିକାରୀ ସୋଭେନ କୁମାର ମଣ୍ଡଳ ପ୍ରକାଶ କରିଛନ୍ତି l ଏହି ଅବସରରେ ଝରିଗାଁ ସିଆରସିସି କ୍ଷମାନିଧି ହରିଜନ, ପ୍ରଧାନଶିକ୍ଷକ ବିପିନ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ମୃତ ଦେହ ଜବତ: ହତ୍ୟା ଅଭିଯୋଗରେ ୫ଅଟକ

ଲୋଇସିଂହା,୨୫।୩(ସୁଶାନ୍ତ ବାରିକ): ମଙ୍ଗଳବାର ସକାଳେ ବଲାଙ୍ଗୀର ସଦର ଥାନା ତଥା ଲୋଇସିଂହା ବ୍ଲକ ରତାଖଣ୍ଡି ପଞ୍ଚାୟତ ଡୁମେରଝରଣ ଗ୍ରାମର ଜଣେ ଯୁବକଙ୍କ ମୃତ ଦେହ ଜବତ...

ଦୁର୍ଘଟଣାରେ ଆହତଙ୍କୁ ସହାୟତା ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସଂସ୍ଥା ପକ୍ଷରୁ ଜଣେ ଆହତ ବ୍ୟକ୍ତିଙ୍କ ପରିବାରକୁ ୫ ହଜାର ଟଙ୍କା ସହାୟତା ରାଶି ସୋମବାର ପ୍ରଦାନ...

କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

ସୋର,୨୫।୩: ବାଲେଶ୍ୱର ଜିଲା ସୋର ନିକଟରେ ଏକ କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଯାଇଛି। ଟ୍ରେନ୍‌ର ୪ଟି ବଗିରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଖବର...

ବିଜେଡି ଉଠାଇଲା ପଛୁଆବର୍ଗଙ୍କ ସଂରକ୍ଷଣ ପ୍ରସଙ୍ଗ

ଭୁବନେଶ୍ୱର,୨୫ା୩:(ରବିନାରାୟଣ ଜେନା): ବଜେଟ ଅଧିବେଶନ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ହେଲେ କଂଗ୍ରେସ ସେଇ ଗୋଟିଏ ଜିଦ୍‌ରେ ଅଟଳ ରହିଛି। ମହିଳାଙ୍କ ସୁରକ୍ଷା ପାଇଁ ଗୃହ କମିଟି...

ଭିଜିଲାନ୍ସ ଜାଲରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ

ଖୋର୍ଦ୍ଧା,୨୫।୩: ଭିଜିଲାନ୍ସ ଜାଲରେ ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ ଟିମ୍‌ ମଙ୍ଗଳବାର ଭୋରରୁ ତାଙ୍କ...

ରଥ ନିର୍ମାଣ ପାଇଁ ବରଗଡ଼ରୁ ପୁରୀ ଯିବ କାଠ: ଆଜିଠାରୁ ପଦ୍ମପୁରରେ କାଠ ପାଇଁ ସର୍ଭେ କାର୍ଯ୍ୟ

ବରଗଡ଼, ୨୫।୩(ପ୍ରେମାନନ୍ଦ ଖମାରୀ): ପୁରୀ ରଥଯାତ୍ରାର ରଥ ନିର୍ମାଣ ପାଇଁ ଏଥର ବରଗଡ଼ରୁ ପୁରୀକୁ କାଠ ଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି।...

ମା’ ତାରାତାରିଣୀଙ୍କ ଦ୍ୱିତୀୟପାଳି ଚୈତ୍ର ମଙ୍ଗଳବାର ଯାତ୍ରା: ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି ଦୁଇ ଭଉଣୀ 

ପୁରୁଷୋତ୍ତମପୁର,୫।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛିି। ସମଗ୍ର ରତ୍ନଗିରି...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ

ପୁରୀ,୨୫ା୩: ଶ୍ରୀମନ୍ଦିରରେ ମଙ୍ଗଳବାର ମହାପ୍ରଭୁଙ୍କ ମହାସ୍ନାନ ହୋଇଛି। ପାଳିଆ ସେବକଙ୍କୁ ସେବାୟତ ଛୁଇଁ ଦେବାରୁ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି। ମଇଲମ ଚାଲିଥିବା ବେଳେ ସେବାୟତ ଛୁଇଁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image