ଶିଶୁଭବନ ଅନ୍ଧାର, ଗରମରେ ଛଟପଟ ହେଲେ ଶିଶୁରୋଗୀ

କଟକ,୨୩ା୧୦(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଶିଶୁଭବନ ପୁରୁଣା ବିଲ୍ଡିଂରେ ଲାଇନ ନ ଥିବାରୁ କିଛି ସମୟ ଧରି ଅନ୍ଧାର ରହିଥିଲା। ଅନ୍ଧାରରେ ଶିଶୁରୋଗୀ ଓ ଅଭିଭାବକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଗରମ ଯୋଗୁ ଛୋଟଛୋଟ ଶିଶୁ ରୋଗୀ ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା।

ସେପଟେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପୋଡ଼ିଯିବା ପରେ ଏହି ସମସ୍ୟା ଦେଖାଦେଉଛି। ଟ୍ରାନ୍ସଫର୍ମର ମରାମତି ହେଉଛି ଓ ଖୁବ୍‌ଶୀଘ୍ର ଜେନେରେଟର ସଂଯୋଗ କରାଯିବ ବୋଲି କହିଛନ୍ତି ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡା. ପ୍ରଭାକର ମିଶ୍ର।

Share