Advertisement

ଶିଶୁ ଦିବସରେ ଖୋଲିଲା ଶିଶୁ ଗୃହ: ଫାଇଦା ପାଇବେ ୮୦୦ ଶିଶୁ

ଦାରିଙ୍ଗବାଡି, ୧୪।୧୧ (ଅରୁଣ ସାହୁ୍‌): ୩ ବର୍ଷ ପରେ ଶିଶୁଙ୍କ ପାଇଁ ଅଙ୍ଗନୱାଡି କେନ୍ଦ୍ରରେ ନାମ ଲେଖାଯିବା ସହ ସେମାନଙ୍କ ଶାରୀରିକ, ବୌଦ୍ଧିକ ବିକାଶ ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ତେବେ ନବଜନ୍ମିତ ଶିଶୁ ମା’ କ୍ଷୀର ଖାଇ ସୁସ୍ଥ ରହୁଥିବାବେଳେ ୬ ମାସ ପର୍ଯ୍ୟନ୍ତ ଏଭଳି ଶିଶୁ ରୁହନ୍ତି ତେବେ ୭ ମାସ ଠାରୁ ୩ ବର୍ଷ ଅଙ୍ଗନୱାଡି ଯିବା ପର୍ଯ୍ୟନ୍ତ ଶିଶୁଙ୍କ ଶାରୀରିକ ଓ ବୌଦ୍ଧିକ ବିକାଶ ପାଇଁ ସରକାର କୌଣସି ପଦକ୍ଷେପ ନେଉ ନ ଥିଲେ। ତେବେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ପ୍ରଥମ ଥର ପାଇଁ ଅଜିମ ପ୍ରେମ ଫାଉଣ୍ଡେସନ ଓ ଜାଗୃତି ମିଳିତ ଅନୁଷ୍ଠାନର ସହାଭାଗିତାରେ ଏହି ଶିଶୁମାନଙ୍କ ସମଗ୍ର ବିକାଶ ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।

ଶିଶୁ ଦିବସରେ ଦାରିଙ୍ଗବାଡି ବ୍ଲକର ସିର୍କାବର୍ଗ ଓ ସୋନପୁର ପଞ୍ଚାୟତ ଅଞ୍ଚଳରେ ୫ଟି ଶିଶୁ ଗୃହର ଶୁଭ ଉଦଘାଟନ କରାଯାଇଛି। ଉକ୍ତ ୨ ପଞ୍ଚାୟତ ତଥା ସୋନପୁର ପଞ୍ଚାୟତର ଯୁଆଙ୍ଗିଆ, ସୋନପୁର, ବ୍ରାହାବାନ୍ଦା ଓ ସିର୍କାବର୍ଗ ପଞ୍ଚାୟତ ର ବାନ୍ଦାମେରା ଓ ବଡାଙ୍ଗିଆଠାରେ ଏହା ଶିଶୁଙ୍କ ପାଇଁ ଖୋଲାଯାଇଛି।

ସେମାନଙ୍କୁ ଦିନରେ ନିୟମିତ ବିଭିନ୍ନ ସୁଷମ ଖାଦ୍ୟ ଖାଇବାକୁ ଦିଆଯିବା ସହ ଶାରୀରିକ ଓ ବୌଦ୍ଧିକ ବିକାଶ ପାଇଁ ଆବଶ୍ୟକ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଠ କହିଛନ୍ତି। ସେ ଆହୁରି କହିଛନ୍ତି, ଉକ୍ତ ବ୍ଲକର ବିଭିନ୍ନ ଗାଁରେ ଶିଶୁ ଗୃହ ଖୋଲାଯିବ। ସେଥିରେ ପ୍ରାୟ ୮ ଶହ ଶିଶୁଙ୍କୁ ଏହି ସମସ୍ତ ସୁବିଧା ମିଳିବ। ଆଗାମୀ ଦିନରେ ଏହି ଗୃହର ସଂଖ୍ୟା ସହ ଶିଶୁଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବାକୁ ଲକ୍ଷ ରଖଯାଇଥିବା ସେ କହିଛନ୍ତି। ଏହି ଉଦଘାଟନ ଉତ୍ସବରେ ସୋନପୁର ମୁଖ୍ୟ ଅତିଥି ଭାବେ ସରପଞ୍ଚ କୁମୁଦିନୀ ପ୍ରଧାନ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ପିତାମ୍ବର ରୁପାମାଝି ସଭାପତିତ୍ୱ କରିଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ
ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ସମନ୍ବିତ ଶିଶୁ ଓ ମହିଳା ବିକାଶ ଯୋଜନାର ସୁପରଭାଇଜର ସ୍ବର୍ଣ୍ଣକାନ୍ତି ପ୍ରଧାନ, ଏଏନଏମ ବୁଲି ଦେଇ ସାହୁ,ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ନିରୁପମା ପ୍ରଧାନ ପ୍ରମୁଖ ଯୋଗଦେଇ ଏହି ଗୃହ ଦ୍ୱାରା ଶିଶୁମାନଙ୍କ ସାମଗ୍ରିକ ବିକାଶ ସମ୍ପର୍କରେ ଲୋକଙ୍କୁ ପରାମର୍ଶ ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share