Categories: ଜାତୀୟ

ଅସୁସ୍ଥ ସ୍ତ୍ରୀଙ୍କୁ କୁଣ୍ଢାଇ ଧରି ବିକଳରେ କାନ୍ଦିଲେ ସିସୋଡିଆ, ଭିଡିଓ ଭାଇରାଲ…

ନୂଆଦିଲ୍ଲୀ,୧୨।୧୧: ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଡିଆ କୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଶନିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ତିହାର ଜେଲରୁ ବାହାରକୁ ଆସିଥିଲେ। ତାଙ୍କ ସ୍ତ୍ରୀ ସୀମା ସିସୋଡିଆ ତାଙ୍କୁ ଭେଟିବାକୁ ଆସିଥିଲେ ଏବଂ ତାଙ୍କୁ ବିଦାୟ ଦେବାବେଳେ ସେ ଅତ୍ୟନ୍ତ ଭାବପ୍ରବଣ ହୋଇଥିଲେ। ମନୀଷ ସିସୋଡିଆ ତାଙ୍କ ସ୍ତୀଙ୍କୁ କୁଣ୍ଢାଇ ଧରି ବିକଳରେ କାନ୍ଦିବାକୁ ଲାଗିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ସଂଯୋଜକ ଅରବିନ୍ଦ କେଜରିୱାଲ ଏହି ଭିଡିଓ କୁ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ଲେଖିଛନ୍ତି ଏହା ବହୁତ ଯନ୍ତ୍ରଣାଦାୟକ ଅଟେ। ଦେଶର ଗରିବ ପିଲାମାନଙ୍କୁ ନୂଆ ଆଶା ଦେଇଥିବା ବ୍ୟକ୍ତିଙ୍କ ପାଇଁ ଏହି ଅନ୍ୟାୟ ଠିକ କି?

 

ଦୀପାବଳି ଅବସରରେ ରାଉସ ଆଭେନ୍ୟୁ କୋର୍ଟ ମନୀଷ ସିସୋଡିଆଙ୍କୁ ତାଙ୍କ ଅସୁସ୍ଥ ସ୍ତ୍ରୀଙ୍କୁ ଭେଟିବାର ସୁଯୋଗ ଦେଇଥିଲେ। ତାଙ୍କୁ ପ୍ରାୟ ୬ ଘଣ୍ଟା ସମୟ ଦିଆଯାଇଥିଲା। ତିହାର ଜେଲରେ ରହିଥିବା ସିସୋଡିଆ ଶନିବାର ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ ପୋଲିସର କଡା ସୁରକ୍ଷା ମଧ୍ୟରେ ତାଙ୍କ ସ୍ତ୍ରୀଙ୍କୁ ଭେଟିବା ପାଇଁ ପହଞ୍ଚି ଅପରାହ୍ନ ୪ ଟାରେ ଜେଲକୁ ଆସିଥିଲେ। ଫେରିବାବେଳେ ସେ ନିଜ ସ୍ତ୍ରୀଙ୍କୁ ଆଲିଙ୍ଗନ କରିଥିଲେ। ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି ସିସୋଡିଆ ଅସୁସ୍ଥ ସ୍ତ୍ରୀଙ୍କୁ ଆଲିଙ୍ଗନ କଲାବେଳେ କାନ୍ଦୁଛନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ କାନ୍ଦୁଛନ୍ତି। ଅନେକ ପୋଲିସ କର୍ମଚାରୀ ଉଭୟଙ୍କ ଚାରିପାଖରେ ଠିଆ ହୋଇଛନ୍ତି। ସୂଚନାଯୋଗ୍ୟ ମନୀଷ ସିସୋଡିଆ ତାଙ୍କ ଅସୁସ୍ଥ ସ୍ତ୍ରୀଙ୍କୁ ୫ଦିନ ଭେଟିବା ପାଇଁ ଅନୁମତି ମାଗିଥିଲେ। ସ୍ବତନ୍ତ୍ର ଜଜ ଏମ.କେ ନାଗପାଲ ପୋଲିସ ହେପାଜତରେ ଥିବା ସିସୋଡିଆଙ୍କୁ ଅସୁସ୍ଥ ସ୍ତ୍ରୀଙ୍କୁ ତାଙ୍କ ଘରେ ପୂର୍ବାହ୍ନ ୧୦ ଟାରୁ ୪ ଟା ମଧ୍ୟରେ ସାକ୍ଷାତ କରିବାକୁ ଅନୁମତି ଦେଇଥିଲେ।

 

Share