ନୂଆଦିଲ୍ଲୀ,୨୭।୨: ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ରୋଜ ଏଭିନ୍ୟୁ କୋର୍ଟ ଅନୁମତି ଦେଇଛନ୍ତି। ସିବିଆଇ କୋର୍ଟରେ ସିସୋଡିଆଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା।
ଦିଲ୍ଲୀ ମଦ ନୀତି ମାମଲାରେ ସିବିଆଇ ସିସୋଡିଆଙ୍କୁ ଗିରଫ କରି ସୋମବାର କୋର୍ଟରେ ହାଜର କରାଇଥିଲା। ତେବେ କୋର୍ଟ ଏହି ମାମଲାର ଶୁଣାଣି କରି ସିସୋଡିଆଙ୍କୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ରିମାଣ୍ଡରେ ପଠାଇଛି। ରବିବାର ପ୍ରାୟ ଆଠ ଘଣ୍ଟା ପଚରାଉଚରା ପରେ ସିସୋଡିଆଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଗିରଫଦାରୀକୁ ନେଇ ଏଏପି କର୍ମୀମାନେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି।