Categories: ଜାତୀୟ

ଝୁଲା ପୋଲ ଦୁର୍ଘଟଣା ନେଇ ସିସୋଡିଆଙ୍କ ୫ ପ୍ରଶ୍ନ, ସମ୍ପୃକ୍ତ କମ୍ପାନୀଠାରୁ କେତେ ଟଙ୍କା ଚାନ୍ଦା ପାଇଛି ଭାଜପା…

ନୂଆଦିଲ୍ଲୀ,୧।୧୧ : ଗୁଜୁରାଟର ମୋରବିରେ ଝୁଲାପୋଲ ଦୁର୍ଘଟଣା ପରେ ଏହି ପ୍ରସଙ୍ଗକୁ ନେଇ ଆରୋପ ପ୍ରତ୍ୟାରୋପର ରାଜନୀତି ତୀବ୍ର ହେବାରେ ଲାଗିଛି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଭାଜପାକୁ ୫ ଟି ପ୍ରଶ୍ନ ପଚାରିଛନ୍ତି। ଗଣମାଧ୍ୟମକସିସୋଡିଆ କହିଛନ୍ତି ଯେ ମୋରବିରେ ଘଟିଥିବା ଏହି ଦୁର୍ଘଟଣାରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି। ଗତ ଦୁଇ ଦିନର ଅନୁସନ୍ଧାନରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ପ୍ରମାଣ କରୁଛି ଯେ ଏହା ଏକ ଦୁର୍ଘଟଣା ନୁହେଁ ବରଂ ହତ୍ୟା। ଏହି ହତ୍ୟା ପଛରେ ଭାଜପାର ଦୁର୍ନୀତି ରହିଛି।

ମୁଁ ସେହି ନେତାମାନଙ୍କୁ ୫ଟି ପ୍ରଶ୍ନ ପଚାରିବାକୁ ଚାହୁଁଛି ଯେଉଁମାନେ ୧୫୦ଜଣଙ୍କୁ ହତ୍ୟା କରିଛନ୍ତି ଏବଂ ସେମାନଙ୍କ ସରକାର ଏବେ କେନ୍ଦ୍ର ତଥା ରାଜ୍ୟରେ ଅଛନ୍ତି। ଭାଜପାକୁ ମୋର ପ୍ରଥମ ପ୍ରଶ୍ନ ହେଉଛି ଭଙ୍ଗା ପୋଲ ମରାମତି ପାଇଁ ଏକ ଘଣ୍ଟା ତିଆରି କମ୍ପାନୀକୁ କାହିଁକି ଠିକା ଦିଆଗଲା? ଏହି କମ୍ପାନୀ କେବେ ପୂର୍ବରୁ ବ୍ରିଜ ନିର୍ମାଣ କରି ନ ଥିଲା । ମୋର ଦ୍ୱିତୀୟ ପ୍ରଶ୍ନ ହେଉଛି ଟେଣ୍ଡର ବିନା ଚୁକ୍ତିନାମା କାହିଁକି ଦିଆଗଲା? ବ୍ରିଜ ପାଇଁ ଚୁକ୍ତି କାହିଁକି ଏକ ଅଭିଜ୍ଞ କମ୍ପାନୀକୁ ଦିଆ ଯାଇ ନଥିଲା? ଗୁଜରାଟର ଭାଜପା ସରକାର ଏହାର ଉତ୍ତର ଦିଅନ୍ତୁ। ମିଳିଥିବା କାଗଜପତ୍ରରେ ଦର୍ଶାଯାଇଛି ଯେ ପୋଲ ମରାମତି କାର୍ଯ୍ୟ ୮ମାସ ମଧ୍ୟରେ ଶେଷ ହେବାର ଥିଲା। କିନ୍ତୁ କେଉଁ କାରଣରୁ ତତ୍ପରତାର ସହିତ ଏତେ ଶୀଘ୍ର ପୋଲ ମରାମତି କରାଯାଇ ଗମନାଗମନ ପାଇଁ ଖୋଲି ଦିଆଗଲା।

ଏହା ମୋର ତୃତୀୟ ପ୍ରଶ୍ନ ଯେ ୫ ମାସରେ ୮ ମାସର କାମ ଶେଷ କରି ପୋଲକୁ କାହିଁକି ଖୋଲା ଗଲା? ମୋର ଚତୁର୍ଥ ପ୍ରଶ୍ନ ହେଉଛି ସରକାର ଜବାବ ଦେବା ଜରୁରୀ ଯେ ଟେଣ୍ଡର ବିନା ଚୁକ୍ତିନାମା ଦିଆଯାଇଥିବା ଏହି ଘଣ୍ଟା କମ୍ପାନୀଠାରୁ ଭାଜପା କେତେ ଚାନ୍ଦା ନେଇଛି। କେଉଁ କେଉଁ ମନ୍ତ୍ରୀ କମ୍ପାନୀର ମାଲିକଙ୍କର ନିକଟତର ତାହାର ଉତ୍ତର ସରକାର ଦିଅନ୍ତୁ। ମୋର ପଞ୍ଚମ ପ୍ରଶ୍ନ ହେଉଛି ଏତେ ବଡ ଦୁର୍ଘଟଣା ପରେ କାହିଁକି ଦାଏର ହୋଇଥିବା ଏଫଆଇଆରରେ କମ୍ପାନୀର ନାମ ଉଲ୍ଲେଖ କରାଯାଇ ନାହିଁ?

Share