ନୂଆଦିଲ୍ଲୀ,୧୨।୧୨: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବିରୋଧରେ ଦାଏର କରିଥିବା ମାନହାନି ମାମଲା ଖାରଜ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଏହାକୁ ଖାରଜ କରିବା ଲାଗି ସିସୋଡିଆ ସର୍ବୋଚ୍ଚ ଅଦାଲତରେ ଆବେଦନ କରିଥିଲେ। ଯଦି ସର୍ବସାଧାରଣ ବିତର୍କକୁ ଆପଣ ଏତେ ତଳକୁ ଖସାଇଦିଅନ୍ତି, ତେବେ ପରିଣାମର ସମ୍ମୁଖୀନ ହେବାକୁ ପଡ଼ିବ। ଆବେଦନକାରୀ ଯଥେଷ୍ଟ ପୂର୍ବରୁ ନିଃସର୍ତ୍ତ କ୍ଷମା ମାଗିବା ଆବଶ୍ୟକ ଥିଲା ବୋଲି ଜଷ୍ଟିସ୍ ଏସ୍.କେ. କୌଲ ଏବଂ ଏ.ଏସ୍. ଓକାଙ୍କ ଖଣ୍ଡପୀଠ ସୋମବାର କହିଛନ୍ତି। ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ପରେ ସିସୋଡିଆ ତାଙ୍କ ଆବେଦନ ଫେରାଇ ନେଇଛନ୍ତି। ସୂଚନାଯୋଗ୍ୟ, କୋଭିଡ୍ ମହାମାରୀ ପ୍ରଥମ ଲହର ବେଳେ ଜାତୀୟ ସ୍ବାସ୍ଥ୍ୟ ମିଶନକୁ ପିପିଇ କିଟ୍ ଯୋଗାଣ ଦୁର୍ନୀତିରେ ଆସାମ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଥିବା ସିସୋଡିଆ ଅଭିଯୋଗ କରିଥିଲେ। ଏନେଇ ବିଶ୍ୱ ଶର୍ମା ସିସୋଡିଆଙ୍କ ବିରୋଧରେ ମାନହାନି ମାମଲା ଦାଏର କରିଥିଲେ।