କୋରାପୁଟ,୧୯।୫(ସ୍ବପ୍ର ): ପୋଖରୀରେ ବୁଡି ଭଉଣୀ ଭାଇ ଙ୍କ ମୃତ୍ୟୁ ହୋଇଛି। କୋରାପୁଟ ଜିଲା ଲମତାପୁଟ ବ୍ଲକ ପିପଳପୁଟ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜୀନୁ ବଡ଼ନାୟକଙ୍କ ୫ ବର୍ଷର ପୁଅ ଯୋଗେଶ ଏବଂ ୧୦ ବର୍ଷର ଝିଅ ସନ୍ତୋଷୀ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି l ବିଲରେ କାମ କରୁଥିବାବେଳେ ଜୀନୁ ଅଚାନକ ପୋଖରୀ ନିକଟକୁ ପଳାଇ ଆସିଥିଲେ l ତେବେ ସେଠାରେ ପହଞ୍ଚି ଝିଅପୁଅଙ୍କୁ ଖୋଜା ଖୋଜି କରିଥିଲେ ମଧ୍ୟ ଦୁଇଜଣ ମିଳି ନ ଥିଲେ। ସ୍ଥାନୀୟ ଲୋକେ ପୋଖରୀରେ ଦୁଇ ଜଣଙ୍କୁ ଭାସୁଥିବା ଦେଖି ବାହାରକୁ ଆଣିଥିଲେ l କିନ୍ତୁ ସେତେବେଳେକୁ ଦୁଇ ଜଣଙ୍କ ଜୀବନ ଚାଲିଯାଇଥିଲା l ଏଭଳି ଘଟଣାରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ କାନ୍ଦବୋବାଳିରେ ଗାଁ ଦାଣ୍ଡ ଫାଟି ପଡିଛି।