ଭିନେଶ ବାଦ୍‌ ପଡ଼ିବା ପରେ ପ୍ରତିକ୍ରିୟା ରଖିଲେ ଭଉଣୀ ବବିତା, କହୁକହୁ କହିଦେଲେ ଏହି ବଡ଼ କଥା…

ନୂଆଦିଲ୍ଲୀ,୭ା୮: ପ୍ୟାରିସ୍‌ ଅଲିମ୍ପିକ୍ସରୁ ମହିଳା ରେସଲର ଭିନେଶ ଫୋଗଟ ବାଦ୍‌ ପଡ଼ିବା ପରେ କୋଟି କୋଟି ଭାରତୀୟଙ୍କ ସ୍ବର୍ଣ୍ଣପଦକ ସ୍ବପ୍ନ ମଉଳି ଯାଇଛି। ଫାଇନାଲ ମ୍ୟାଚ୍‌ ପୂର୍ବରୁ ଭିନେଶଙ୍କ ଓଜନ ବଢ଼ିଯିବାରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ବର୍ତ୍ତମାନ ସମସ୍ତ କୁସ୍ତିଯୋଦ୍ଧା ତାଙ୍କ ସମର୍ଥନରେ ବାହାରିଛନ୍ତି। ଏହି ସମୟରେ ରେସଲର ଭଉଣୀ ବବିତା ଫୋଗଟଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି।

ଫାଇନାଲ ପୂର୍ବରୁ ଭିନେଶଙ୍କୁ ବହିଷ୍କାର କରିବା ପରେ ବବିତା କହିଛନ୍ତି, ‘ଭଉଣୀ ଭିନେଶ ଫୋଗଟ, ପ୍ରତ୍ୟେକ ଖେଳାଳିଙ୍କ ସ୍ବପ୍ନ ହେଉଛି ଅଲିମ୍ପିକ୍ସରେ ପଦକ ଜିତିବା। ଫାଇନାଲରେ ତୁମର ଅଯୋଗ୍ୟତା ଫୋଗଟ ପରିବାର ତଥା ଦେଶ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ। ଏହା ନିରାଶାଜନକ ଖବର ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, କିନ୍ତୁ ତୁମକୁ ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ ତୁମେ ଜଣେ ଶକ୍ତିଶାଳୀ ଏବଂ ହାର୍‌ ନ ମାନିବା ଝିଅ।। ତୁମେ ଏପର୍ଯ୍ୟନ୍ତ ବହୁତ ଭଲ ପ୍ରଦର୍ଶନ କରିଛ ଏବଂ ଭବିଷ୍ୟତରେ ମଧ୍ୟ ଏହା ଜାରି ରଖିବ। ସମଗ୍ର ଦେଶ ତୁମ ସହ ଅଛି। ଜୟ୍‌ ହିନ୍ଦ୍‌।’

ସେହିପରି ରେସଲର ବଜରଙ୍ଗ ପୁନିଆ ଭିନେଶଙ୍କ ଅଯୋଗ୍ୟତାକୁ ନେଇ କହିଛନ୍ତି, ‘ଦୁନିଆର ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ ପାଇଁ ପ୍ରାର୍ଥନା କରୁଥିଲେ। ଦୁନିଆର ପ୍ରତ୍ୟେକ ମହିଳାଙ୍କ ପାଇଁ ଏହି ପଦକଟି ବ୍ୟକ୍ତିଗତ ପଦକ ପରି ମନେ ହେଉଥିଲା। ମୁଁ ଆଶା କରୁଛି, ବିଶ୍ୱର ସମସ୍ତ ମହିଳାଙ୍କ ସ୍ବର ଶୁଣାଯାଉ। ଅଲିମ୍ପିକ୍ସରେ ଖେଳୁଥିବା ଦୁନିଆର ସମସ୍ତ ମହିଳା କୁସ୍ତି ଭିନେଶଙ୍କ ସହ ଏକଜୁଟ୍‌ ହୁଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ବିଧାୟକ ବିବାଦୀୟ ମନ୍ତବ୍ୟ: ପୋଲିସକୁ ୨୪ ଘଣ୍ଟା ଛୁଟିରେ ପଠାଇ ଦିଆଯାଉ, ହିନ୍ଦୁମାନେ କରିବେ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୨୦।୯: ଭାଜପା ବିଧାୟକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନୀତେଶ ରାଣେ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ମହାରାଷ୍ଟ୍ରର ସାଙ୍ଗଲିରେ...

ଜବରଦସ୍ତ ଅଫର୍‌: ଯେକୌଣସି ଫିଲ୍ମ ହଲ୍‌ରେ ଦେଖିପାରିବେ ମାତ୍ର ୯୯ ଟଙ୍କାରେ

ଭୁବନେଶର,୨୦।୯: ଆଜି ଜାତୀୟ ସିନେମା ଦିବସ। ଏହାକୁ ଦୃଷ୍ଟିରେ ରଖି ସିନେପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ହଲ୍‌ରେ ଯେକୌଣସି ଫିଲ୍ମ ଦେଖିବାକୁ ଯିବେ,...

ମୁସଲମାନ ଅଞ୍ଚଳକୁ ମିନି ପାକିସ୍ତାନ କହିଲେ ଜଣେ ବିଚାରପତି, ସୁପ୍ରିମକୋର୍ଟ ଦେଲେ ଏହି କଡ଼ା ମନ୍ତବ୍ୟ

ବେଙ୍ଗାଲୁରୁ,୨୦ା୯: କର୍ନାଟକ ହାଇକୋର୍ଟର ଜଣେ ବିଚାରପତିଙ୍କ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ କର୍ନାଟକ ହାଇକୋର୍ଟର ଜଣେ ବିଚାରପତି...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ତିରୁପତି ଲଡୁ ବିବାଦକୁ ନେଇ ପଓ୍ବନ କଲ୍ୟାଣଙ୍କ ବଡ଼ ବୟାନ, କହିଲେ ସନାତନ ଧର୍ମ ପାଇଁ…

ହାଇଦ୍ରାବାଦ,୨୦ା୯: ତିରୁପତି ଭେଙ୍କଟେଶ୍ୱରଙ୍କ ମନ୍ଦିର ପ୍ରସାଦ ତିଆରି ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବି ମିଳିଛି। ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଦାବି କରିଛି...

ଚୌକା-ଛକା ବର୍ଷା କଲେ ଭାରତର ବଡ଼ ଶତ୍ରୁ: ବିସ୍ଫୋରକ ଅନ୍ଦାଜ୍‌ରେ ଜିତାଇଲେ ମ୍ୟାଚ୍‌

ଲଣ୍ଡନ,୨୦।୯: ଅଷ୍ଟ୍ରେଲିଆ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଏଠାରେ ଉଭୟଙ୍କ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୦।୮:ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri