ସୁନା, ରୂପା ଅଳଙ୍କାର ଚୋରି କରି ବନ୍ଧା ହେଲେ ଭଉଣୀ, ଭାଇ

ବରଗଡ଼ ଅଫିସ,୧୧।୬: ବରଗଡ଼ ଗ୍ରାମାଞ୍ଚଳ ଥାନା ଅଧୀନ କଲାପାଣି ଗ୍ରାମରୁ ଗତ ୯ତାରିଖରେ ସଂଘଟିତ ସୁନା, ରୂପା ଅଳଙ୍କାର ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଘଟଣାରେ ପୋଲିସ ୨ ଭଉଣୀ, ଭାଇଙ୍କୁ ଗିରଫ କରିଛି। ସେମାନେ ହେଲେ, ବରଗଡ଼ ଜିଲା ଗାଇସିଲେଟ ଥାନା ଭାଙ୍ଗମୁଣ୍ଡା ଗ୍ରାମର କରୁଣା ପାଣି ଏଂ ତାଙ୍କ ବିବାହିତା ଭଉଣୀ ଅତାବିରା ଥାନା ଝିଲିମିଣ୍ଡା ଗ୍ରାମର ମାମି ଓରଫ ସସ୍ମିତା ମହାପାତ୍ର। ଅଭିଯୁକ୍ତ ଭାଇ, ଭଉଣୀ ଗତ ୯ତାରିଖ କଲାପାଣି ଗ୍ରାମର ମନୋଜ କୁମାର ମହାପାତ୍ରଙ୍କ ଘରେ ଚାଲିଥିବା ଏକ ଉତ୍ସବକୁ ଆସିଥିଲେ। ହେଲେ ମନୋଜଙ୍କ ଏକ କୋଠରୀରେ ରହିଥିବା ଲକର୍‌ ଚାବି ସେମାନେ ପାଇଥିଲେ। ପରେ ଲକର୍‌ ଖୋଲି ପ୍ରାୟ ୮୦ ଗ୍ରାମର ସୁନା ଏବଂ ୧୦୦ ଗ୍ରାମର ରୂପା ଅଳଙ୍କାର ଚୋରି କରି ନେଇଥିଲେ। ଏ ନେଇ ମନୋଜ ଥାନାରେ ଏତଲା ଦେବା ପରେ ପୋଲିସ ଅଭିଯୁକ୍ତ ଭାଇ, ଭଉଣୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ ସମସ୍ତ ସୁନା, ରୂପା ଅଳଙ୍କାର ଜବତ କରିଛି। ଗିରଫ ଭଉଣୀ, ଭାଇଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ରବିବାର ସାରେ ବରଗଡ଼ ଟାଉନ ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଅମ୍ରିତ କୁମାର ପଣ୍ଡା ସୂଚନା ଦେଇଛନ୍ତି।

Share