ଭଉଣୀକୁ ପସନ୍ଦ ନ ଥାଏ ଭାଇର ଏହି ୪ଟି କଥା

ଭଉଣୀ ଭାଇର ସମ୍ପର୍କ ସବୁଠୁ ନିଆରା। ସେଠି ଝଗଡ଼ା ତ ଥାଏ ହେଲେ ତା’ଠାରୁ ଯଥେଷ୍ଟ ଅଧିକ ଥାଏ ଭଲ ପାଇବା। ହେଲେ କେବେ କେବେ ଭାଇର କେତୋଟି ଗୁଣ ପସନ୍ଦ ଆସି ନ ଥାଏ ଭଉଣୀକୁ, ଯାହାକି ଏହି ମଧୁର ସମ୍ପର୍କରେ ଭରିଥାଏ ତିକ୍ତତା। ତେବେ ଆସନ୍ତୁ ଜାଣିବା ଏଭଳି ୪ଟି କଥା ସମ୍ପର୍କରେ…

ଘର କାମରେ ଯାହାଯ୍ୟ ନ କରିବା: ବର୍ତ୍ତମାନ ପୁଅ ଏବଂ ଝିଅ ମଧ୍ୟରେ ବେଶି ପ୍ରଭେଦ ନାହିଁ। ମା’ବାପାମାନେ ମଧ୍ୟ ଉଭୟଙ୍କୁ ସମାନ ଦୃଷ୍ଟିରେ ଦେଖୁଛନ୍ତି। ହେଲେ ଏବେବି କେତେକ ଘରେ ଝିଅମାନଙ୍କ ଉପରେ କାମର ଚାପ ପକାଯାଉଛି। ଫଳରେ ସେମାନେ ବିରକ୍ତ ହୋଇଯାଉଛନ୍ତି। ଏହି କଥାକୁ ନେଇ ଅନେକ ସମୟରେ ଭାଇ-ଭଉଣୀ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥାଏ। ଏମିତିରେ ଭାଇମାନେ ଜାଣିବା ଦରକାର ଘର କାମ କେବଳ ଭଉଣୀର ନୁହେଁ ଉଭୟଙ୍କର।
ସବୁ କାମରେ ବାଧା ଦେବା: ଭଉଣୀର ସବୁ କାମରେ ବାଧା ଦେବାର ବଦଭ୍ୟାସ ଅନେକ ଭାଇଙ୍କର ରହିଛି। ପୋଷାକ ପିନ୍ଧିବାଠାରୁ ଆରମ୍ଭକରି କେଉଁଆଡେ ଯିବା ପର୍ଯ୍ୟନ୍ତ ସବୁଥିରେ ଭାଇମାନେ ସେମାନଙ୍କ ଉପରେ ଚାପ ମଧ୍ୟ ପକାଇଥାନ୍ତି। ଭଉଣୀ ପାଇଁ କେୟାର କରିବା ଅବା ପୋଜିସିଭ୍‌ ହେବା ଠିକ୍‌ ହେଲେ ଭାଇଙ୍କର ଆବଶ୍ୟକରୁ ଅଧିକ ଏହି କାର୍ଯ୍ୟ ବି ଭଉୟଙ୍କ ମଧ୍ୟରେ ଦୂରତା ଆଣି ଦେଇଥାଏ।
ଥଟ୍ଟା କରିବା: ଭଉଣୀକୁ ଛୋଟ ଛୋଟ କଥାରେ ହଇରାଣ କରିବା ଅବା ଥଟ୍ଟା କରିବା ଭାଇମାନଙ୍କର ଅଭ୍ୟାସ। ତଥାପି ସେମାନେ ଯତ୍ନବାନ ହେବା ଉଚିତ୍‌ ଯେ ବାରମ୍ବାର ଏପରି କରିବା ଦ୍ୱାରା ଭଉଣିକୁ ମାନସିକ ଆଘାତ ଦେଇପାରେ। ତେଣୁ ନିଜ ସମ୍ପର୍କକୁ ମଜଭୁତ୍‌ ରଖିବା ଳାଗି ଭାଇମାନଙ୍କୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।
କଥା ନ ଶୁଣିବା: ଭଉଣୀମାନେ ମା’ବାପାଙ୍କ ଅପେକ୍ଷା ଭାଇ ସହ ସବୁକଥା ଶେୟାର କରିବାକୁ ଅଧିକ ସହଜ ମନେ କରିଥାନ୍ତି। କାରଣ ସେମାନେ ଭାବନ୍ତି ଭାଇମାନେ ସେମାନଙ୍କୁ ସହଜରେ ବୁଝିପାରିବେ। ତେବେ ଯେତେବେଳେ ଭାଇମାନେ ଭଉଣୀର ସମସ୍ୟାକୁ ଶୁଣନ୍ତି ନାହିଁ କିମ୍ବା ସମସ୍ୟାର ସମାଧାନ ଉପାୟ ନ କହି ଅଯଥା ଯୁକ୍ତି ତର୍କ କରନ୍ତି ଅବା ଭଉଣୀର କଥାକୁ ଅଣଦେଖା କରିନ୍ତି ଏହା ସେମାନଙ୍କୁ ବହୁତ ଆଘାତ ଦେଇଥାଏ। ଅପରପକ୍ଷେ ଏହି ଗୁଣ ଭାଇଠାରୁ ଭଉଣୀକୁ ଦୂରେଇ ଦେଇଥାଏ।