ଭାଇ ଚାହୁଁଥିଲେ ୫ମ ସନ୍ତାନ, ଏହି ଇଚ୍ଛାକୁ ସ୍ତ୍ରୀ ନୁହନ୍ତି; ଏମିତି ପୂରଣ କଲେ ଭଉଣୀ

ଓ୍ବାଶିଂଟନ,୨୬।୪: ସମାଜରେ ଭାଇ-ଭଉଣୀ ସମ୍ପର୍କ ସବୁଠୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ। ମାତ୍ର ଯେତେବେଳେ ଶୁଣିବାକୁ ମିଳେ ଯେ, ଭାଇଙ୍କ ପିଲାକୁ ଭଉଣୀ ଜନ୍ମ ଦେଇଛନ୍ତି ତାହା ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ ହୋଇଛି ଓ୍ବାଶିଂଟନ୍‌ରେ। ଭାଇଙ୍କ ୫ମ ସନ୍ତାନକୁ ଭଉଣୀ ଜନ୍ମ ଦେଇଛନ୍ତି। ଏହି ଘଟଣା ଏବେ ସମଗ୍ର ଆମେରିକାରେ ଚର୍ଚ୍ଚା ହେଉଛି।

ଏକ ରିପୋର୍ଟ ଅନୁଯାୟୀ, ଜଣେ ବ୍ୟକ୍ତିଙ୍କର ୪ଟି ସନ୍ତାନ ଥିଲେ। ମାତ୍ର ସେ ୫ମ ସନ୍ତାନ ଚାହୁଁଥିଲେ। କାରଣ ୫ମ ସନ୍ତାନ ଆସିଲେ ତାଙ୍କ ପରିବାର ପୂରା ହୋଇଯିବ। କିନ୍ତୁ ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ତାଙ୍କ ସ୍ତ୍ରୀ ୫ମ ସନ୍ତାନ ଜନ୍ମ ଦେଇପାରିବେ ନାହିଁ ବୋଲି ଡାକ୍ତର କହିଥିଲେ। ତେଣୁ ଭାଇଙ୍କ ଏହି ଇଚ୍ଛା ପୂରଣ କରିବାକୁ ୨୭ ବର୍ଷୀୟା ଭଉଣୀ ହିଲ୍‌ଦେ ପେରିଙ୍ଗରେ ଏହି ବଡ଼ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ସରୋଗେସି ପ୍ରେଗ୍‌ନାଣ୍ଟ ହୋଇଥିଲେ। ଡେଲିଭରି ପରେ ସେ ତାଙ୍କ ଭାଇ-ଭାଉଜଙ୍କୁ ୫ମ ସନ୍ତାନ ସମର୍ପି ଦେଇଛନ୍ତି। ଯେଉଁ ଖବର ଏବେ ଚର୍ଚ୍ଚାରେ ରହିଛି।

Share