Advertisement

ଦିଅରଙ୍କ ଟାଙ୍ଗିଆ ଚୋଟରେ ଭାଉଜ ଗୁରୁତର

  1. ଭବାନୀପାଟଣା,୧୨।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୟପାଟଣା ଥାନା ବାନେର ପଞ୍ଚାୟତ ଲୁହାବହାଲ ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦିଅରଙ୍କ ଟାଙ୍ଗିଆ ଚୋଟରେ ଭାଉଜ ଗୁରୁତର ହୋଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଲୁହାବହାଲ ଗାଁର ସୁମନ୍ତି ଶବର(୫୦)ଙ୍କୁ ଧନେଶ୍ୱର ଶବର ଟାଙ୍ଗିଆରେ ହାଣି ଦେଇଥିବା ସୁମନ୍ତିଙ୍କ ସ୍ବାମୀ ମାଧବ ଶବର(୬୫) ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୁମନ୍ତି ବୁଧବାର ଅପରାହ୍ନରେ ଛେଳି ଚରେଇବା ପାଇଁ ଯାଇଥିବା ବେଳେ ଧନେଶ୍ୱର କୌଣସି କାରଣକୁ ନେଇ ସୁମନ୍ତିଙ୍କୁ ଜୀବନର ମାରିଦେବା ଉଦ୍ଦେଶ୍ୟରେ ବାମ ବେକ ପାଖରେ ଟାଙ୍ଗିଆରେ ହାଣି ଦେଇଥିବା ମାଧବ ଅଭିଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ ସୁମନ୍ତିଙ୍କୁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିଛନ୍ତି। ସମ୍ପର୍କରେ ଧନେଶ୍ୱର ସୁମନ୍ତିଙ୍କ ଦିଅର ହୋଇଥିବା ବେଳେ କେଉଁ କାରଣରୁ ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share