ପାଟଣା,୨୪।୧(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆ ପଡ଼ା ପଞ୍ଚାୟତ ମାନପୁର ଗାଁରେ ପାରିବାରିକ ସଂଘର୍ଷ ହୋଇଛି। ରବିବାର ସନ୍ଧ୍ୟାରେ ବଡ଼ଭାଇ ନାରାୟଣ ମହାନ୍ତଙ୍କୁ ଠେଙ୍ଗାରେ ମାଡ଼ ମାରିବା ଫଳରେ ସେ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଜମିବାଡି ବିବାଦ ସହ କୂଅରୁ ପାଣି ନେବାକୁ କେନ୍ଦ୍ରକରି ଏଭଳି ଘଟିଛି।
ସୂଚନାନୁଯାୟୀ, ରବିବାର ନାରାୟଣଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ଗଣ୍ଡଗୋଳ ହୋଇଥିଲା। ନାରାୟଣଙ୍କ ସାନଭାଇ ନିରଞ୍ଜନ, ମା’ ଜେମାମଣି, ଭଉଣୀ ଗୋଲାପ ଓ ତାଙ୍କ ସ୍ବାମୀ ମିଶି ପ୍ରଥମେ ନାରାୟଣଙ୍କୁ ଠେଙ୍ଗା ଆକ୍ରମଣ କରିଥିଲେ।