ଭଉଣୀ, ଭାଣିଜୀଙ୍କୁ କାଠ ଫାଳିଆରେ ପିଟିଲେ ମାମୁଁ

କେନ୍ଦୁଝର,୨୧।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମାମୁଁଙ୍କ କାଠ ଫାଳିଆ ମାଡ଼ରେ ଭଉଣୀ ଏବଂ ଭାଣିଜୀ ଗୁରୁତର ହୋଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଦ୍ବୟ ହେଲେ କେନ୍ଦୁଝରଗଡ଼ ପୌରପାଳିକା ୨୦ନମ୍ବର ୱାର୍ଡ ଧୃପଦା ଗ୍ରାମର ସାବିତ୍ରୀ ପୂର୍ତ୍ତୀ ଏବଂ ଝିଅ ଶୁଭଶ୍ରୀ ରାଜପୁତ ବୋଲି ଜଣାପଡିଛି। ସେମାନେ ସମ୍ପର୍କରେ ଭଉଣୀ ଓ ଭାଣିଜୀ।

ଅଭିଯୁକ୍ତ ମଦନିଶାରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଭଉଣୀ ଓ ଭାଣିଜୀଙ୍କୁ ଘର ଭିତରୁ ଟାଣିନେଇ ଏକ କାଠ ଫାଳିଆରେ ମୁଣ୍ତ ଓ ହାତ, ପିଠିକୁ ପିଟି ଲହୁଲୁହାଣ କରିଦେଇଥିଲେ। ଏଥିସହ ସେ ଘରେ ଥିବା ସୁନା ଅଳଙ୍କାର, ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଥାନାରେ ଅଭିଯୋଗ ହୋଇ ନ ଥିବା ଜଣାପଡିଛି।

Share