ଜଗା ହାତରେ ରାଖୀ ବାନ୍ଧିଲା ଭଉଣୀ

ଫୁଲବାଣୀ,୨୦।୮(ରାକେଶ କୁମାର ରାଉତ):କନ୍ଧମାଳ ଜିଲା ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଯୋଡ଼ାମୁଣ୍ଡ ଅଲଗା ଶିଶୁ ଜଗାର ଚିକିତ୍ସା ଚାଲିଛି। ସୋମବାର ମେଡିକାଲରେ ଜଗା ରକ୍ଷା ବନ୍ଧନ ଉତ୍ସବ ପାଳିଛି। ନିଜ ସାନ ଭଉଣୀ ସୁଭଦ୍ରାର କୁନି ହାତରୁ ରାଖୀ ବାନ୍ଧି ଜଗା ବହୁତ ଖୁସି ହୋଇଛି। ସେହିପରି ଜଗାର ଅନ୍ୟ ସମ୍ପର୍କୀୟ ଭଉଣୀ ମଧ୍ୟ ଜଗା ହାତରେ ରାଖୀ ବାନ୍ଧି ମିଠା ଖୁଆଇଥିଲେ। ଜଗା ଭଉଣୀମାନଙ୍କ ଗହଣରେ ରହି ଏହି ଉତ୍ସବକୁ ଖୁବ୍‌ ମନଭରି ଉପଭୋଗ କରିଥିଲା।
ସୂଚନାଯୋଗ୍ୟ, ଦିଲ୍ଲୀ ଏମ୍‌ସରେ ଯୋଡ଼ାମୁଣ୍ଡ ଅଲଗା ହେବା ପରେ ଉଭୟ ଜଗା ଏବଂ କାଳିଆ ସୁସ୍ଥ ଥିଲେ। ହେଲେ କିଛିଦିନ ମଧ୍ୟରେ କାଳିଆର ସ୍ବାସ୍ଥ୍ୟାବସ୍ଥାରେ ଅବନତି ହୋଇଥିଲା। କଟକରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଜଗା ମନ ଦୁତ୍ଃଖରେ ଥିଲାବେଳେ ତାଙ୍କ ସାନ ଭଉଣୀ ସୁଭଦ୍ରା ଫୁଲବାଣୀ ମେଡିକାଲରେ ଜନ୍ମ ହୋଇଥିଲା। ସେବେଠାରୁ ଜଗା ଭଉଣୀ ସହ ମିଶି ଏଠାରେ ରହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହିଦିନ ଆକାଉଣ୍ଟକୁ ଯିବ ବଳକା ଟଙ୍କା…

ଭୁବନେଶ୍ୱର,୨୫।୯: ସୁଭଦ୍ରା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ସୂଚନା ଦେଇଛନ୍ତି। କିଛି ସମୟ ପୂର୍ବରୁ ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ ଦେଇଛନ୍ତି...

ଏସ୍‌ସିବିରେ ନର୍ସିଂ ଅଫିସରଙ୍କ ଆନ୍ଦୋଳନ, ଦାବି ପୂରଣ ନ ହେଲେ…

କଟକ,୨୫ା୯(ଶିଳ୍ପା ପ୍ରିୟଦର୍ଶିନୀ): ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ୧୦ ଦଫା ଦାବିରେ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି। ସଂଘର ଏସ୍‌ସିବି ଶାଖା ପକ୍ଷରୁ ଏସ୍‌ସିବି...

ବର୍ଷ ବର୍ଷ ଧରି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସରୁନି: ଯାତ୍ରୀ ଅସନ୍ତୋଷ

ଦାରିଙ୍ଗବାଡି, ୨୫।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରୁ ରାଇକିଆ ବ୍ଲକକୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ସମ୍ପ୍ରସାରଣ ବିଳମ୍ବକୁ...

ନବୀନଙ୍କୁ କଡ଼ା ସମାଲୋଚନା କରି ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି,ଓଡ଼ିଆ କଷ୍ଟ ପାଇଲେ ସରକାର ବଦଳାଇବେ। ଭୋଟ ପାଇଁ...

ବିଜେଡି ସମ୍ପର୍କରେ ବହୁ ଭାଜପା ନେତା, ଭାଜପା ଶିବିରରେ ଚହଳ, ଦେବୀ ମିଶ୍ର କହିଲେ…

ଭୁବନେଶ୍ୱର,୨୫।୯: ଭାରତୀୟ ଜନତା ପାର୍ଟି ନା ବିଜୁ ଜନତା ଦଳ କିଏ କରିବ ହଲଚଲ। ଏନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳର ବଡ଼ ବଡ଼ ନେତା।...

ଗୁରୁବାର ଓଡ଼ିଶା ଆସିବେ ଜେପି ନଡ୍ଡା

ଭୁବନେଶ୍ୱର,୨୫।୯: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର  ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।...

ନଦୀକୁ ଗାଧୋଇବାକୁ ଯାଇଥିଲେ, ମାଡ଼ିଆସିଲା ପ୍ରଖର ସ୍ରୋତ: ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୫।୯(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇ ଗ୍ରାମରେ ବୁଧବାର ଜଣେ ଯୁବକଙ୍କ ଋଷିକୂଲ୍ୟା ନଦୀରେ ବୁଡି ମୃତ୍ୟୁ ଘଟିଛି। ମୃତକ...

ଧରିତ୍ରୀ ପ୍ରତିନିଧିଙ୍କ ଅକାଳ ବିୟୋଗ

ଅନୁଗୋଳ,୨୫।୯: ଧରିତ୍ରୀର ଅନୁଗୋଳ ଜିଲା କଣିହାଁ ବ୍ଲକ ପ୍ରତିନିଧି ସଚିଦାନନ୍ଦ ପ୍ରଧାନଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୩ ବବର୍ଷ ବୟସ ହୋଇଥିଲା। ହଠାତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri