Categories: ଜାତୀୟ

ଭାଇଙ୍କୁ ରାଖୀ ବାନ୍ଧିବାକୁ ଚାହୁଁଥିଲେ ଭଉଣୀ, ହେଲେ ସ୍ବାମୀ…

ହରଦୋଇ,୧୯।୮: ଉତ୍ତରପ୍ରଦେଶର ହରଦୋଇରେ ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କ ନାକ କାଟି ଦେଇଛନ୍ତି। ସ୍ତ୍ରୀ ନିଜ ଭାଇଙ୍କ ହାତରେ ରାଖୀ ବାନ୍ଧିବାକୁ ଚାହୁଁଥିବାରୁ ସ୍ବାମୀ ତାଙ୍କ ନାକ କାଟି ଦେଇଥିଲେ। ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସ୍ତ୍ରୀ ସୋମବାର ଜିଦ ଧରି କହିଥିଲେ ଯେ ସେ ତାଙ୍କ ମାଆ ଘରକୁ ଯାଇ ତାଙ୍କ ଭାଇଙ୍କ ହାତରେ ରାଖୀ ବାନ୍ଧିବାକୁ ଚାହୁଁଛନ୍ତି, କିନ୍ତୁ ତାଙ୍କ ସ୍ବାମୀ ଏହା କରିବାକୁ ମନା କରି ଦେଇଥିଲେ। ଯାହା ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଝଗଡ଼ା ଏତେ ବଢିଗଲା ଯେ ସ୍ବାମୀ କ୍ରୋଧରେ ସ୍ତ୍ରୀଙ୍କ ନାକ କାଟିଦେଲେ। ଏହା ପରେ ମହିଳାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ମହିଳାଙ୍କୁ ଲକ୍ଷ୍ନୌର ଟ୍ରମା ସେଣ୍ଟରକୁ ରେଫର କରାଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, କୋଟୱାଲି ଗାଁର ବାନିୟାନୀ ପୁରଭା ନିବାସୀ ରାହୁଲ ନାମକ ଜଣେ ଯୁବକ ହଠାତ୍‌ ତାଙ୍କ ସ୍ତ୍ରୀ ଅନୀତାଙ୍କ ସହ ବିବାଦ ଆରମ୍ଭ କରିଥିଲେ। ଅନୀତା ରାଖୀ ପୂର୍ଣ୍ଣମୀରେ ତାଙ୍କ ମାତାପିତାଙ୍କ ଘରକୁ ଯିବାକୁ ଜିଦ ଧରିଥିଲେ, ଯେଉଁଥିପାଇଁ ରାହୁଲ ବାରମ୍ବାର ମନା କରୁଥିଲେ। ଏହି ପ୍ରସଙ୍ଗରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ବିବାଦ ଏତେ ବଢିଗଲା ଯେ ରାହୁଲ ରାଗିଯାଇ ସ୍ତ୍ରୀଙ୍କ ନାକ କାଟି ଦେଇଥିଲେ।
ଯାହା ପରେ ଅନୀତାଙ୍କର ବହୁତ ରକ୍ତସ୍ରାବ ହୋଇଥିଲା ଏବଂ କିଛି ସମୟ ମଧ୍ୟରେ ତାଙ୍କ ଅବସ୍ଥା ବିଗିଡିଯାଇଥିଲା। ଏହା ପରେ ଅନୀତାଙ୍କୁ ଶୀଘ୍ର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା, ସେଠାରୁ ତାଙ୍କୁ ଲକ୍ଷ୍ନୌର ଟ୍ରମା ସେଣ୍ଟରକୁ ରେଫର୍‌ କରାଯାଇଥିଲା। ଏଥି ସହିତ ଯେତେବେଳେ ପୋଲିସକୁ ଏହି ଘଟଣା ବିଷୟରେ ପଚରାଯାଇଥିଲା, ସେମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏପର୍ଯ୍ୟନ୍ତ କେହି ଅଭିଯୋଗ କରିନାହାଁନ୍ତି। ଅଭିଯୋଗ ପରେ ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share