ଘରେ ଥିଲା ଭଉଣୀର ମୃତଦେହ ହେଲେ ସେହିଦିନ ଷ୍ଟେଜ ଶୋ’କରିବାକୁ ଯାଇଥିଲେ ଏହି ହାସ୍ୟ ଅଭିନେତା

ବଲିଉଡ ପ୍ରସିଦ୍ଧ ଅଭିନେତା ତଥା ହାସ୍ୟ ଅଭିନେତା ଜୋନି ଲିଭରଙ୍କ କମେଡି ସମସ୍ତେ ପସନ୍ଦ କରନ୍ତି। ଜୋନି ଲିଭର ଅନେକ ଫିଲ୍ମ ଏବଂ ଶୋ’ରେ ନଜର ଆସିଛନ୍ତି। ଜୋନି ଆଜି ଯେଉଁ ସ୍ଥାନରେ ପହଞ୍ଚିଛନ୍ତି,ସେଥିପାଇଁ ସେ ବହୁତ କଷ୍ଟ କରିଛନ୍ତି। କ୍ୟାରିୟର ଆରମ୍ଭରେ ସେ ଷ୍ଟେଜ ଶୋ’ କରୁଥିଲେ ଏବଂ ତାଙ୍କ କାମ ପାଇଁ ତାଙ୍କର ଏପରି ଉତ୍ସାହ ଥିଲା ଯେ ଘରେ ଶୋକର ବାତାବରଣ ଥାଇ ମଧ୍ୟ ସେ ଶୋ’ କରିବାକୁ ଯାଇଥିଲେ। ଏହାକୁ ନେଇ ଜୋନି କହିଛନ୍ତି, ମୋ ଭଉଣୀଙ୍କର ଯେତେବେଳେ ଦେହାନ୍ତ ହୋଇଯାଇଥିଲା, ସେତେବେଳେ ମୁଁ କଲେଜରେ ଏକ ଷ୍ଟେଜ୍‌ ଶୋ’ କରିବାକୁ ଯାଇଥିଲି। ମୁଁ ଭାବିଲି ଶୋ’ ରାତି ୮ଟାରେ ଅଛି, କିନ୍ତୁ ମୋର ଜଣେ ବନ୍ଧୁ ମୋତେ କହିଲେ କି ଶୋ’ ରାତି ୮ ଟା ନୁହେଁ ବରଂ ୪ ଟାରେ। ସାଙ୍ଗେ ସାଙ୍ଗେ ସେହି ମୂହୁର୍ତ୍ତରେ ବାହାରି ପଳାଇ ଆସିଥିଲି। ସେତେବେଳେ ମୋର କାର୍‌ ନ ଥିଲା। ଏକ ଟ୍ୟାକ୍ସିରେ କଲେଜରେ ପହଞ୍ଚିଥିଲି। ମୁଁ ସେଦିନ କିପରି ପ୍ରଦର୍ଶନ କଲି, କେବଳ ଉପସ୍ଥିତ ଥିବା ଲୋକେ ଜାଣନ୍ତି। ଏହା ହେଉଛି ଜୀବନ, ଯେକୌଣସି ସମୟରେ ଏଠାରେ କିଛି ହୋଇପାରେ। ତେଣୁ, ଆମେ ସବୁକିଛି ପାଇଁ ଆଗରୁ ପ୍ରସ୍ତୁତ ରହିବା ଉଚିତ୍‌ ବୋଲି ଜୋନି କହିଛନ୍ତି।

Share