Categories: ଜାତୀୟ

ଦୁଇ ଭଉଣୀଙ୍କୁ ଗଣବଳାତ୍କାର: ଅଭିଯୁକ୍ତଙ୍କ ରହିଛି ରାଜନୈତିକ ଲିଙ୍କ୍‌

ରାୟପୁର,୨।୯: ରାଖୀ ବାନ୍ଧି ଫେରୁଥିବା ବେଳେ ୨ ଭଉଣୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଲଜ୍ଜାକର ଘଟଣା ଘଟିଛି ଛତିଶଗଡ଼ର ରାଜଧାନୀ ରାୟପୁର ଅଞ୍ଚଳରେ। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାରେ ସମ୍ପୃକ୍ତ ୧୦ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣଙ୍କ ରାଜନୈତିକ ଲିଙ୍କ୍‌ ଥିବା ବେଳେ ହତ୍ୟା ଅଭିଯୋଗରେ ଜେଲ ଯାଇଥିଲେ।

ରାୟପୁର ଏସ୍‌ଏସ୍‌ପି ପ୍ରଶାନ୍ତ ଅଗ୍ରଓ୍ବାଲ କହିଛନ୍ତି, ଦୁଇ ଭଉଣୀ ରକ୍ଷାବନ୍ଧନ ଉତ୍ସବ ପାଳନ କରି ଏକ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ସେମାନଙ୍କ ସହ ଜଣେ ପରିଚିତ ବ୍ୟକ୍ତି ମଧ୍ୟ ଥିଲେ। ସହର ନିକଟରେ ପହଞ୍ଚିବା ବେଳକୁ ଭନସୋଜନ୍‌ ନିକଟରେ ହଠାତ୍‌ ଏକ ବାଇକ୍‌ରେ ୩ ଜଣ ଯୁବକ ଆସି ତାଙ୍କ ବାଇକ୍‌କୁ ଅଟକାଇ ସେମାନଙ୍କ ମୋବାଇଲ ଓ ଭ୍ୟାନିଟି ବ୍ୟାଗ୍‌ ଲୁଟି ନେଇଥିଲେ। ଏହାର କିଛିକ୍ଷଣ ମଧ୍ୟରେ ଅନ୍ୟ ଚାରିଜଣ ଏକ ବାଇକ୍‌ରେ ଆସି ଦୁଇ ଭଉଣୀଙ୍କ ସହ ଥିବା ଲୋକଙ୍କୁ ମାଡ଼ ମାରିବା ସହିତ ଦୁଇ ଭଉଣୀଙ୍କୁ ଜୋର୍‌ ଜବରଦସ୍ତ ବାଇକ୍‌ରେ ବସାଇ ନେଇ ବଳାତ୍କାର କରିଥିଲେ। ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ତଦନ୍ତ ପରେ ଘଟଣାରେ ସମ୍ପଅକ୍ତ ଥିବା ୧୦ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share