Categories: ଜାତୀୟ

ମୋରବି ଦୁର୍ଘଟଣାର ଯାଞ୍ଚ ପାଇଁ ଏସଆଇଟି ଟିମ ଗଠିତ, ନିଖୋଜ ଲୋକଙ୍କ ପାଇଁ ହେଲପ ଲାଇନ ନମ୍ବର ଜାରି

ମୋରବି,୩୧ ।୧୦: ଗୁଜରାଟର ମୋରବିରେ ମଚ୍ଛୁ ନଦୀ ଉପରେ ଥିବା ପୋଲ ଭୁଷୁଡିବା ଘଟଣାର ଯାଞ୍ଚ ପାଇଁ ଏସଆଇଟି ଟିମ ଗଠନ କରାଯାଇଛି । ଏହି ମାମଲାର ସମସ୍ତ ଦିଗକୁ ନେଇ ଯାଞ୍ଚ କରାଯିବ । ଏପଟେ ପ୍ରଶାସନ ପକ୍ଷରୁ ନିଖୋଜ ଥିବା ଲୋକଙ୍କ ପାଇଁ ହେଲପ ଲାଇନ ନମ୍ବର ଜାରି କରାଯାଇଛି । ସୂଚନାଯୋଗ୍ୟ, ମୋରବି ଝୁଲା ପୋଲ ଭାଙ୍ଗିବା ଘଟଣାରେ ଯେଉଁମାନଙ୍କ ପରିବାର ସଦସ୍ୟ ଫସି ରହିଛନ୍ତି ଅବା ନିଖୋଜ ଅଛନ୍ତି ସେମାନଙ୍କ ସମ୍ପର୍କରେ ସୂଚନା ପାଇଁ କଲେକ୍ଟର କାର୍ଯ୍ୟାଳୟର ବିପର୍ଯ୍ୟୟ ନିୟନ୍ତ୍ରଣ କକ୍ଷର ନମ୍ବର ୦୨୮୨୨ ୨୪୩୩୦୦ଜାରି କରାଯାଇଛି । ଏହି ନମ୍ବର ଡାଏଲ କରି ଲୋକେ ସେମାନଙ୍କ ପରିଜନଙ୍କ ସମ୍ପର୍କରେ ସୂଚନା ପାଇପାରିବେ । ଗୁଜରାଟର ମନ୍ତ୍ରୀ ବି ଟୁଇଟ କରି ଏହି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଏହି ଦୁର୍ଘଟଣାରେ ଏବେ ପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ୧୦୦ ଟପିଥିବା ବେଳେ ୭୦ରୁ ଅଧିକଙ୍କର ଚିକିତ୍ସା ଚାଲିଛି ଓ ୫୦ରୁ ଅଧିକ ନିଖୋଜ ଅଛନ୍ତି ।

Share