ନିମନ୍ତ୍ରିତ ଅତିଥି ହୋଇ ଆସିଛ ନୀରବରେ ବସ…ବିଧାୟିକା ଉପାସନାଙ୍କୁ ମୁହଁତୋଡ ଜବାବ ଦେଲେ ସରପଞ୍ଚ

ବ୍ରହ୍ମଗିରି,୩୧ା୧୨(ସ୍ବାଧୀନ ଚମ୍ପତ୍ତିରାୟ):ବ୍ରହ୍ମଗିରି ବ୍ଲକ୍‌ରେ ସୋମବାର ଏକ ଅପ୍ରୀତିକର ପରିସ୍ଥିତ ଦେଖିବାକୁ ମିଳିଛି, ଯାହା ବ୍ରହ୍ମଗିରିରେ ପ୍ରଥମ ଘଟଣା। ପଞ୍ଚାୟତ ସମିତି ବୈଠକରେ ଜନ ପ୍ରତିନିଧିମାନେ ୨ ଗୋଷ୍ଠୀ ପରସ୍ପର ଆକ୍ଷେପ ପ୍ରତିଆକ୍ଷେପ ଯୋଗୁ ଆରମ୍ଭରୁ ଶେଷ ଯାଏ ହୋହଲ୍ଲା ହୋଇଥିଲା। ପ୍ରକାଶଥାଉକି, ବ୍ରହ୍ମଗିରି ବ୍ଲକ୍‌ରେ ପଞ୍ଚମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୨ବର୍ଷ ଧରି ବ୍ରହ୍ମଗିରି ବ୍ଲକ୍‌ରେ ପଞ୍ଚାୟତ ସମିତି ବୈଠକ ବନ୍ଦ ଥିଲା। ଗତ ୨୦ ତାରିଖରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଏକ ରିଭ୍ୟୁ ମିଟିଂ ଡାକିଥିଲେ। କିନ୍ତୁ ବିଜେଡି ସମର୍ଥତ୍ତ ସରପଞ୍ଚ ଓ ସମିତି ସଭ୍ୟମାନେ ବ୍ଲକ୍‌ରେ ପ୍ରଥମେ ସମିତି ବୈଠକ ହେଉ ବୋଲି ଦାବି କରିଥିଲେ। ସେମାନଙ୍କ ଦାବି ଅନୁଯାୟୀ ସୋମବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସମସ୍ତ ଜନପ୍ରତିନିଧି, ବିଭାଗୀୟ ଅଧିକାରୀ, ବିଧାୟିକା ପ୍ରମୁଖ ଯୋଗଦେଇଥିଲେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ବୈଠକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ୧୦ ମିନିଟ୍‌ ବୈଠକ ହୋଇପାରି ନ ଥିଲା। ଭାଜପା ସମର୍ଥତ୍ତ ଜନ ପ୍ରତିନିଧି ଓ ବିଜେଡି ସମର୍ଥତ୍ତ ଜନପ୍ରତିନିଧିମାନେ ପରସ୍ପରକୁ ବିଭିନ୍ନ କଥାରେ ସମାଲୋଚନା କରି ହୋହଲ୍ଲା ଓ ପାଟିତୁଣ୍ଡ କରିଥିଲେ। ଏଭଳିକି ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଜଣେ ବିଜେଡି ସମର୍ଥତ୍ତ ସରପଞ୍ଚ ବିଧାୟିକାଙ୍କୁ ଜବାବ ଦେଇ କହିଥିଲେ, ତୁମେ ଏହି ବୈଠକରେ ନିମନ୍ତ୍ରିତ ଅତିଥି ତେଣୁ ନୀରବ ବସ ା ଏନେଇ ବିଧାୟିକାଙ୍କୁ ହୋଇଥିବା ଅପମାନକୁ ବିରୋଧ କରି ଭାଜପା ସମର୍ଥତ୍ତ ସରପଞ୍ଚ ଓ ସମିତି ସଭ୍ୟମାନେ ଧାରଣାରେ ବସି ରହିଥିଲେ। ଅପରପକ୍ଷରେ ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା ବିଧାୟିକା ତାଙ୍କୁ ଅପମାନ କରିଥିବା ନେଇ ବିଧାୟିକାଙ୍କ ନାମରେ ଏକ ଅଭିଯୋଗ ଆଣିଥିଲେ। ଫଳରେ ସଭା ମଧ୍ୟରେ ହୋହଲ୍ଲା ଯୋଗୁ ବୈଠକ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri