Categories: ଜାତୀୟ

ମାସେ ମଧ୍ୟରେ ଏସ୍‌ଆଇଟି ଯାଞ୍ଚ୍‌ ଶେଷ ହେବ…

ନୂଆଦିଲ୍ଲୀ,୬।୧୨: ନାଗାଲାଣ୍ଡରେ ସୁରକ୍ଷାକର୍ମୀଙ୍କ ଦ୍ୱାରା କରାଯାଇ ଯାଇଥିବା ଫାୟାରିଂ ଘଟଣା ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୋମବାର ଲୋକ ସଭାରେ ବକ୍ତବ୍ୟ ରଖିଛନ୍ତି। ମାସେ ମଧ୍ୟରେ ଏହି ମାମଲାର ଯାଞ୍‌ ଏସ୍‌ଆଇଟି ଦ୍ୱାରା ଶେଷ ହେବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଘଟଣା ନେଇ ଶାହା ଦୁଃଖ ପ୍ରକାଶ କରିବା ସହିତ ତଦନ୍ତ ଲାଗି ଏକ ଏସ୍‌ଆଇଟି ଦଳ ଗଠନ କରାଯାଇଥିବା କହିଛନ୍ତି।

\ସମସ୍ତ ସୁରକ୍ଷା ଏଜେନ୍ସିଙ୍କୁ ଭବିଷ୍ୟତରେ ଯେଭଳି ଏଭଳି ଘଟଣାର ପୁନରାବୃତ୍ତି ନ ଘଟେ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ମାଓବାଦୀ ଏବଂ ଉଗ୍ରବାଦୀ ବିରୋଧି ଅପରେଶନ୍‌ ସମୟରେ ସୁରକ୍ଷାକର୍ମୀଙ୍କୁ ସତର୍କତାର ସହିତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ବୋଲି ଶାହା କହିଛନ୍ତି।

Share