Categories: ଜାତୀୟ

ହାଥରସ୍‌ ମାମଲା: ଯୋଗୀଙ୍କୁ ଏସ୍‌ଆଇଟି ରିପୋର୍ଟ, ଏଥିରେ ରହିଛି…

ଲକ୍ଷ୍ନୌ,୫ା୭: ଉତ୍ତରପ୍ରଦେଶର ଭୋଲେ ବାବାଙ୍କ ସତ୍‌ସଙ୍ଗରେ ଦଳଚକଟା ମାମଲା ସମ୍ପର୍କରେ ଏସ୍‌ଆଇଟି ରିପୋର୍ଟ ପହଞ୍ଚିଛି। ୟୁପି ଡିଜି ପ୍ରଶାନ୍ତ କୁମାର ଏବଂ ମୁଖ୍ୟ ସଚିବ ମନୋଜ କୁମାର ସିଂ ଶୁକ୍ରବାର ୫- କାଳୀଦାସ ମାର୍ଗରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରୀ ବାସଭବନରେ ପହଞ୍ଚି ତାଙ୍କୁ ଭେଟି ଏହି ରିପୋର୍ଟ ପ୍ରଦାନ କରିଛନ୍ତି।

ଏଡିଜି ଆଗ୍ରା ଏବଂ ଅଲିଗଡ କମିଶନରଙ୍କ ନେତୃତ୍ୱରେ ଏସ୍‌ଆଇଟିର ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ୧୫ ପୃଷ୍ଠା ସମ୍ବଳିତ ଏହି ରିପୋର୍ଟରେ, ଡିଏମ୍‌ ଏବଂ ଏସ୍‌ପିଙ୍କ ସମେତ ପ୍ରାୟ ୧୦୦ ଜଣଙ୍କ ବିବୃତ୍ତି ରେକର୍ଡ କରାଯାଇଛି। ଏସ୍‌ଆଇଟି ଟିମ୍‌ ପ୍ରଶାସନିକ ଅଧିକାରୀ, ଘଟଣା ସହ ଜଡ଼ିତ ଲୋକ ଏବଂ ସେବା କର୍ମଚାରୀଙ୍କ ସହ କଥାବାର୍ତ୍ତା କରି ସମଗ୍ର ଦୁର୍ଘଟଣାର କାରଣ ତଥା ବହୁ ସଂଖ୍ୟାରେ ଜନତାଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ।

Share