ଲକ୍ଷ୍ନୌ,୧୭ା୪: ଗ୍ୟାଙ୍ଗଷ୍ଟର ଆତିକ ଅହମଦ ଓ ତାଙ୍କ ଭାଇ ଅଶ୍ରଫ୍ଙ୍କୁ ହତ୍ୟା ମାମଲାର ତଦନ୍ତ ଲାଗି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ କରାଯାଇଛି। ପ୍ରୟାଗରାଜ ପୋଲିସ କମିଶନର ରମିତ ଶର୍ମାଙ୍କ ପରାମର୍ଶକ୍ରମେ ଏସ୍ଆଇଟି ଗଠିତ ହୋଇଥିବା ସ୍ବତନ୍ତ୍ର ପୋଲିସ ଡିଜି (ଆଇନ ଶୃଙ୍ଖଳା) ପ୍ରଶାନ୍ତ କୁମାର କହିଛନ୍ତି। ଅତିରିକ୍ତ ଡିସିପି କ୍ରାଇମ୍ ସତୀଶ ଚନ୍ଦ୍ରାଙ୍କ ନେତୃତ୍ୱରେ ଗଠିତ ଏସ୍ଆଇଟିରେ କୋଟଓ୍ବାଲି ଥାନା ଏସିପି ସତ୍ୟେନ୍ଦ୍ର ପ୍ରସାଦ ତିଓ୍ବାରୀ ଏବଂ କ୍ରାଇମବ୍ରାଞ୍ଚ ତଦନ୍ତ ଶାଖାର ଇନ୍ସପେକ୍ଟର ଓମ୍ ପ୍ରକାଶ ରହିଛନ୍ତି। ତଦନ୍ତର ତଦାରଖ ଲାଗି ଅତିରିକ୍ତ ପୋଲିସ ଡିଜିଙ୍କ ନେତୃତ୍ୱରେ ଏକ ୩ ଜଣିଆ ସୁପରଭାଇଜର ଟିମ୍ ଗଠନ କରାଯାଇଥିବା ଉତ୍ତରପ୍ରଦେଶ ଡିଜିପି ଆର୍.କେ. ବିଶ୍ୱକର୍ମା କହିଛନ୍ତି।