ସୀତା ନଦୀ ପୋଲ ଉପରେ ୪ ଫୁଟ ପାଣି

ପାଟଣା,୩।୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ-ଘଟଗାଁ ବ୍ଲକ ଢେଙ୍କିକୋଟକୁ ସଂଯୋଗ କରୁଥିବା ରାସ୍ତାର ଚିନାମଳି ପଶି ପଞ୍ଚାୟତ ନୂଆପଡ଼ା ସୀତା ନଦୀ ପୋଲ ଉପରେ ମଙ୍ଗଳବାର ୪ ଫୁଟ ବର୍ଷା ପାଣି ପ୍ରବାହିତ ହେଉଛି। ଫଳରେ ରାସ୍ତାରେ ଯାତାୟାତ ବ୍ୟାହତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମୋଟର ଅଟକି ରହିଛି। ପାଟଣା ବ୍ଲକ ଡୁମୁରିଆ, ଚିନାମାଳି ପଶି, ପଲାଣ ଘାଟି ପଞ୍ଚାୟତର ଲୋକେ ଢେଙ୍କିକୋଟକୁ ଯିବା ଆସିବା କରିପାରୁ ନାହାଁନ୍ତି। ଅନୁରୁପ ଭାବେ ଢେଙ୍କିକୋଟ ପାର୍ଶ୍ୱରୁ ଲୋକେ ଉକ୍ତ ରାସ୍ତା ଦେଇ ଭୀମକୁଣ୍ଡ ଆସିପାରୁ ନାହାଁନ୍ତି। ନୂଆପଡାର ସୀତା ନଦୀ ଉପରେ ପୋଲ ନିର୍ମାଣ ପାଇଁ ଟେଣ୍ଡର ସରିଥିବା ବେଳେ ବର୍ଷା ପରେ ପୋଲ ନିର୍ମାଣ ତ୍ୱରିତ କରିବାକୁ ସ୍ଥାନୀୟ ଅଞ୍ଚଳର ବାସୀ ଦାବି କରିଛନ୍ତି।

Share