ଅଯୋଧ୍ୟା ଗଲା ସୀତାକୁଣ୍ଡ ଜଳ

ମାଲକାନଗିରି/କୋରାପୁଟ,୨୩ା୩ (ଡି.ଏନ୍‌.ଏ./ସ୍ବ.ପ୍ର.): ମଙ୍ଗଳବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମାଲକାନଗିରି ଜିଲା ଖଇରପୁଟ ବ୍ଲକର ବଣ୍ଡାଘାଟି ଗସ୍ତ କରିଛନ୍ତି। ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମମନ୍ଦିର ପାଇଁ ରାଜ୍ୟପାଳ ମୁଦୁଲିପଡ଼ାରେ ଥିବା ସୀତାକୁଣ୍ଡରୁ ଜଳ ସଂଗ୍ରହ କରିଛନ୍ତି। ଉକ୍ତ ଜଳକଳସ ରାମନବମୀ ଦିନ ଅଯୋଧ୍ୟାରେ ପହଞ୍ଚତ୍ବ। ସୀତାକୁଣ୍ଡ ସହ ଏପରି ୧୩୦୦ ପବିତ୍ର ସ୍ଥାନରୁ ଜଳ ସଂଗ୍ରହ ଲାଗି ଲକ୍ଷ୍ୟ ରଖାଯାଇଛି। ବିଶେଷକରି ବନବାସ ସମୟରେ ଶ୍ରୀରାମଚନ୍ଦ୍ର ଯେଉଁ ସ୍ଥାନରେ ସମୟ ବିତାଇଥିଲେ ସେହି ପବିତ୍ର ସ୍ଥାନରୁ ଜଳ ସଂଗ୍ରହ କରାଯାଉଛି। ଶ୍ରୀରାମଚନ୍ଦ୍ରଙ୍କ ବନବାସ ସହ ବଣ୍ଡାଘାଟିର ସୀତାକୁଣ୍ଡ ଜଡ଼ିତ ଥିବା କିମ୍ବଦନ୍ତୀ ରହିଛି। ତେଣୁ ଅଯୋଧ୍ୟା ଓ ଅନ୍ୟ ସ୍ଥାନରୁ ଆସିଥିବା ସାଧୁସନ୍ଥଙ୍କ ସହ ରାଜ୍ୟପାଳ ଜଳ ସଂଗ୍ରହ ପାଇଁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ସୀତାକୁଣ୍ଡରେ ପହଞ୍ଚତ୍ଥିଲେ। ଏହି ଅବସରରେ ରାଜ୍ୟପାଳ ଶ୍ରୀରାମ ବନ ଗମନ ପଥ କାବ୍ୟଯାତ୍ରାକୁ ସ୍ବାଗତ କରିଥିଲେ। ଏହି ଯାତ୍ରା ମାର୍ଚ୍ଚ ୧ ତାରିଖ ଶିବରାତ୍ର ଦିନ ଶ୍ରୀଲଙ୍କାର ଅଶୋକା ବାଟିକାରୁ ଆରମ୍ଭ ହୋଇଥିବାବେଳେ ରାମନବମୀ ଦିନ ଅଯୋଧ୍ୟା ପହଞ୍ଚତ୍ବ। ରାଜ୍ୟପାଳଙ୍କୁ ବଣ୍ଡା ଜନଜାତିର ଲୋକେ ପାଖରେ ଦେଖି ପାରମ୍ପରିକ ନାଚ ଓ ବେଶ ପୋଷାକରେ ସ୍ବାଗତ କରିଥିଲେ। ବଣ୍ଡାଘାଟିର ବିକାଶ ସହ ସେଠାରେ ଥିବା ପର୍ଯ୍ୟଟନସ୍ଥଳୀଗୁଡିକର ଉନ୍ନତି ପାଇଁ ରାଜ୍ୟପାଳଙ୍କୁ ଜଣାଇଥିଲେ। ରାଜ୍ୟପାଳ ତୁରନ୍ତ ପଦକ୍ଷେପ ନେବେ ବୋଲି କହିଥିଲେ। ଏହା ପୂର୍ବରୁ ରାଜ୍ୟପାଳ କୋରାପୁଟସ୍ଥିତ ବିଏସ୍‌ଏଫ୍‌ ମୁଖ୍ୟ କ୍ୟାମ୍ପ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ବିଏସ୍‌ଏଫ୍‌ ଯବାନମାନଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ। ଭୁବନେଶ୍ୱରରୁ ରାଜ୍ୟପାଳ ହେଲିକପ୍ଟର ଯୋଗେ କୋରାପୁଟ ବିଏସ୍‌ଏଫ୍‌ ହେଲିପ୍ୟାଡ୍‌ରେ ପହଞ୍ଚତ୍ବା ପରେ ସେଠାରେ ଆଇଜି ସତୀଶ ଚନ୍ଦ୍ର ବୁଡକୋଟି, ଡିଆଇଜି ମଦନ ଲାଲ ତାଙ୍କୁ ସ୍ବାଗତ କରିଥିଲେ । ପରେ ବିଏସ୍‌ଏଫ୍‌ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। କ୍ୟାମ୍ପ ପରିସରରେ ଥିବା ଶହୀଦ ସ୍ମାରକୀ ନିକଟରେ ଶହୀଦମାନଙ୍କ ଉଦ୍ଦେଶ୍ୟରେ ସେ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ। ପରେ ସମ୍ମିଳନୀ କକ୍ଷରେ ବିଏସ୍‌ଏଫ୍‌ ଅଧିକାରୀ ଓ ଯବାନମାନଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ଜିଲାପାଳ ଅବଦାଲ ଏମ୍‌. ଅଖତାର ଓ ଏସ୍‌ପି ବରୁଣ ଗୁଣ୍ଟୁପାଲିଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।