ଆଜି ଦେବ ଦମ୍ପତ୍ତିଙ୍କ ବିବାହ

ଆରଡି, ୨୪।୫( ଡି.ଏନ.ଏ.): ଆଜି ଶିବ ବିବାହ। ଏହି ଉପଲକ୍ଷେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡି ସକାଳଠାରୁ ଉତ୍ସବମୁଖର ହୋଇଉଠିଛି। ପୂର୍ବାହ୍ନ୍ଣରେ ହନୁମାନ ମହାପ୍ରଭୁ ବରଧରା ବେଶରେ ନଗର ଭ୍ରମଣ କରୁଛନ୍ତି। ଶହଶହ ଭକ୍ତ ବରଧରା ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ଷଣ୍ଢ ଲଢେଇ ସହ ମହାକାଳୀ ନୃତ୍ୟ ବରଧରା ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା । ସନ୍ଧ୍ୟା ୭ଟାରେ ଦେବଦେବ ମହାଦେବ ବରବେଶରେ ସଜ୍ଜିତ ହୋଇ ଶୋଭାଯାତ୍ରାରେ ବାହାରିବେ। ଅର୍ଦ୍ଧରାତ୍ରରେ ଦେବଦମ୍ପତ୍ତିଙ୍କ ବିବାହ ସଙ୍ଗଠିତ ହେବ। ଶିବ ବିବାହ ଦେଖିବା ପାଇଁ ସକାଳ ଠାରୁ ପୀଠରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି ।