ଆଖଣ୍ଡଳମଣିଙ୍କ ପୀଠରେ ଶୀତଳ ଉପଚାର ନୀତି, ଗୋପାଳଙ୍କ ଜଳଲାଗି ଆରମ୍ଭ

ଆରଡି, ୧୪ା୪(ଡି.ଏନ.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପଣା ସଂକ୍ରାନ୍ତିଠାରୁ ଶୀତଳ ଉପଚାର ନୀତି ଆରମ୍ଭ ହୋଇଛି । ଏହା ଏକମାସ ଧରି ଚାଲିବ । ପ୍ରବଳ ଗ୍ରୀଷ୍ମ ପ୍ରବହରେ ବାବାଙ୍କୁ ଶୀତଳ ସ୍ପର୍ଶ ଦେବା ଲାଗି ଏହି ପରମ୍ପରା ରହି ଆସିଛି । ମଣିବାବାଙ୍କ ମସ୍ତକ ଉପରି ଭାଗରେ ରନ୍ଧ୍ରଥିବା ପିତ୍ତଳ ସୁବାସିତ ଜଳପୂର୍ଣ୍ଣ ପାତ୍ର ଝୁଲାଇ ଦିଆଯାଇଛି। ସେଥିରୁ ଟୋପାଟୋପା ହୋଇ ଜଳ ଦିନ ତମାମ ବାବାଙ୍କ ମସ୍ତକରେ ପଡିବାର ବ୍ୟବସ୍ଥା କରାଯାଇଛି। ଗୁରୁବାର ଭୋର ୫ଟାରେ ମନ୍ଦିରରେ ପହୁଡ ଖୋଲାଯିବା ପରେ ମଙ୍ଗଳ ଆଳତି କରାଯାଇଥିଲା। ପରେ ପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ସମ୍ପନ୍ନ ହୋଇଥିଲା । ସକାଳ ୬ଟାରେ ସ୍ଥାନୀୟ ଗୋପାଳ ମାନେ ଲମ୍ବା ଲାଇନରେ ଆସି ମନ୍ଦିର ଗର୍ଭଗୃହକୁ ଯାଇ ଜଳଲାଗି କରିଥିଲେ ।

Share