କାଳେଶ୍ୱର ପୀଠରେ ଶୀତଳଷଷ୍ଠୀ

କୋକସରା,୪ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ଚିକିଲି ଗ୍ରାମର କାଳେଶ୍ୱର ଶୈବ ପୀଠରେ ଶନିବାର ପାରମ୍ପରିକ ରୀତିନୀତିରେ ଶୀତଳଷଷ୍ଠୀ ବା ଶିବ ବିବାହ ଉତ୍ସବ ପାଳିତ ହୋଇଛି। କାଳେଶ୍ୱର ମହାଦେବ ପୂଜକ ମଦନ ବେମାଲଙ୍କ ପୌରୋହିତ୍ୟରେ ବର ଦମ୍ପତି ପିତା ସୁଶାନ୍ତ ଚୌଧୁରୀ, ମାତା ଅନିତା ଚୌଧୁରୀ ଓ କନ୍ୟା ଦମ୍ପତି ପିତା ନରେନ୍ଦ୍ର ଭୋଇ, ମାତା ପ୍ରମିଳା ଭୋଇଙ୍କ ତତ୍ତ୍ୱାବଧାନରେ ଶିବ ବିବାହ ସମ୍ପନ୍ନ ହୋଇଛି। ମା’ ଭଗବତୀ ମନ୍ଦିରଠାରୁ କାଳେଶ୍ୱର ମହାଦେବଙ୍କ ପୀଠ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରାରେ ବାହାରି ପାରମ୍ପରିକ ରୀତିନୀତିରେ ସାଧାରଣ ବିବାହ ଭଳି ଥାଳ ଉଠା, ଦେବ ନିମନ୍ତ୍ରଣ, ଗୁଆଗୁଣ୍ଡ, ପତରପେଣ୍ଡି, ମଙ୍ଗଳ ଗନସନ, ବରଯାତ୍ରା, କନ୍ୟାଦାନ, ବିଦାୟୀ ପରି ରୀତିନୀତିରେ ବିବାହ କାର୍ଯ୍ୟ ସମାପନ କରାଯାଇଥିଲା । ଏଥିରେ ମନ୍ଦିର ପରିଚାଳନା ଯୁବଗୋଷ୍ଠୀ ସଭାପତି ପ୍ରେମଲାଲ ଭୋଇ, ହିତେଶ ମାଝି, ଜୟନ୍ତ ଭୋଇ, ହରେରାମ ମାଝି, ସୁରଙ୍ଗ ଶତନାମୀ, ସୁଶାନ୍ତ ଶତନାମୀ, ପ୍ରଦ୍ୟୁମ୍ନ ନାଏକ, କ୍ଷୀରସିନ୍ଧୁ ମାଝି, ମୁକେଶ ମାଝି, ରୁଦ୍ରପ୍ରସାଦ ମାଝିଙ୍କ ସମେତ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ ସନ୍ତୋଷ ସତନାମୀ, ଗୋବର୍ଦ୍ଧନ ମାଝି ପ୍ରମୁଖ ଉପସ୍ଥିତ ରହି ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ।

Share