Categories: ଜାତୀୟ

୭୦ ଫୁଟ୍‌ ଖାଇକୁ ଖସିଲା କାର୍‌: ୨ ମୃତ

ଲକ୍ଷ୍ନୌ,୩।୭: ଉତ୍ତରପ୍ରଦେଶର ସୀତାପୁର ଜିଲାର କମଳାପୁର ଅଞ୍ଚଳରେ ସୋମବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍‌ ନିୟନ୍ତ୍ରଣ ହରାଇ ୭୦ ଫୁଟ୍‌ ଖାଇକୁ ଖସିପଡିଛି। ଏହି ଦୁର୍ଘଟଣାରେ କାରରେ ଥିବା ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପୋଲିସ ଉଭୟ ମୃତକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଉଭୟ ଆହତଙ୍କୁ ପ୍ରଥମ ଚିକିତ୍ସା ପରେ ଭଲ ଚିକିତ୍ସା ପାଇଁ ଲକ୍ଷ୍ନୌକୁ ପଠାଯାଇଛି। ଲକ୍ଷ୍ନୌରୁ ସୀତାପୁର ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

Share