Categories: ଜାତୀୟ

ଆଇସିୟୁରେ ସୀତାରାମ ୟେଚୁରୀ: ସ୍ବାସ୍ଥ୍ୟାବସ୍ଥା ଗୁରୁତର

ନୂଆଦିଲ୍ଲୀ,୧୦।୯: ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କିଛି ଦିନ ପୂର୍ବରୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ନିଃଶ୍ୱାସ ନେବାରେ ଅସୁବିଧା ହେବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ଏକ ଟିମ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି।

ପ୍ରକାଶିତ ବିବୃତ୍ତିରେ କୁହାଯାଇଛି ଯେ, ୭୨ ବର୍ଷୀୟ ସିପିଆଇ-ଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ଶ୍ୱାସକ୍ରିୟାରେ ସଂକ୍ରମଣ ହୋଇଛି। ଏହାହାର ଚିକିତ୍ସା କରାଯାଉଛି। ଡାକ୍ତରଙ୍କ ଏକ ଟିମ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଏହି ସମୟରେ ତାଙ୍କ ଅବସ୍ଥା ଗୁରୁତର ରହିଛି। ଅଗଷ୍ଟ ୧୯ରେ, ଛାତି ସଂକ୍ରମଣ ପରେ ତାଙ୍କୁ ଏକ୍ସରେ ଭର୍ତ୍ତି କରାଯାଇଥିଲା।

Share