Categories: ଜାତୀୟ

ସୀତାରାମ ୟେଚୁରୀଙ୍କର ହେବନାହିଁ ଦାହ ସଂସ୍କାର, ପରିବାର ଲୋକଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୯: ସିପିଆଇ-ଏମ ନେତା ସୀତାରାମ ୟେଚୁରୀଙ୍କର ଗୁରୁବାର ଦେହାନ୍ତ ହୋଇଛି। ଗତ ୨୩ ଦିନ ଧରି ଦିଲ୍ଲୀର ଏମ୍ସରେ ୭୨ବର୍ଷୀୟ ୟେଚୁରୀ ଚିକିତ୍ସିତ ହେଉଥିଲେ। ସେ ଶ୍ୱାସ ରୋଗରେ ପୀଡିତ ଥିଲେ। ତାଙ୍କ ପରିବାର ସଦସ୍ୟଙ୍କ ଅନୁଯାୟୀ, ୟେଚୁରୀଙ୍କ ମୃତଦେହକୁ ଦାହ କରାଯିବ ନାହିଁ। ତେବେ ତାଙ୍କର ମୃତଦେହକୁ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ) ମୁଖ୍ୟାଳୟରେ ରଖାଯିବ। ଯେଉଁଠାରେ ଲୋକମାନେ ସେପ୍ଟେମ୍ବର ୧୪ରେ ସକାଳ ୧୧ଟାରୁ ୩ଟା ପର୍ଯ୍ୟନ୍ତ ତାଙ୍କର ଶେଷ ଦର୍ଶନ କରିବେ ଏବଂ ଶ୍ରଦ୍ଧାଞ୍ଜଳି ଦେବେ। ଏହା ପରେ ତାଙ୍କର ମୃତଦେହ ଗବେଷଣା ଏବଂ ଶିକ୍ଷା ଉଦ୍ଦେଶ୍ୟରେ ଦିଲ୍ଲୀ ଏମ୍ସକୁ ପଠାଯିବ। ପରିବାର ତାଙ୍କ ମୃତଦେହକୁ ଦିଲ୍ଲୀ ଏମ୍ସକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ୭୨ ବର୍ଷିୟ ସୀତାରାମ ୟେଚୁରୀ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ। ଗୁରୁବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ତାଙ୍କ ମୃତଦେହକୁ ଦିଲ୍ଲୀ ଏମ୍ସକୁ ଦାନ କରିଛନ୍ତି। ସୂଚନାଯୋଗ୍ୟ, ସୀତାରାମ ୟେଚୁରୀଙ୍କୁ ଅଗଷ୍ଟ ୧୯ରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ନିମୋନିଆ ସମ୍ବନ୍ଧୀୟ ରୋଗ ହେତୁ ତାଙ୍କୁ ଏମ୍ସକୁ ଅଣାଯାଇଥିଲା। ସେ ଛାତି ସଂକ୍ରମଣରେ ପୀଡିତ ଥିଲେ। ଚିକିତ୍ସା ପରେ ମଧ୍ୟ ତାଙ୍କୁ ଆରାମ ମିଳି ନଥିଲା। ଏହା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଯେଉଁଠାରେ ଡାକ୍ତରମାନଙ୍କର ଏକ ସ୍ବତନ୍ତ୍ର ଟିମ୍‌ ତାଙ୍କ ଯତ୍ନ ନେଉଥିଲେ। କିନ୍ତୁ ଗତ କିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା।

Share