ପରିତ୍ୟକ୍ତ ଅବସ୍ଥାରେ ସୀତାସାଗର

ପାରଳାଖେମୁଣ୍ଡି, ୬।୫ (ଡି.ଏନ୍‌.ଏ): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ସୀତାସାଗର ପରିତ୍ୟକ୍ତ ଅବସ୍ଥାରେ ଥିବାବେଳେ ଏହାର ପାର୍ଶ୍ୱତଟ ବର୍ତ୍ତମାନ ମଦ୍ୟପମାନଙ୍କ ଏକ ପ୍ରମୁଖ ଆଡ୍ଡାସ୍ଥଳୀ ହୋଇଥିବା ଦେଖିବାକୁ ମିଳୁଛି। ଯେଉଁ ସୀତାସାଗର ଦିନେ ପାରଳାଖେମୁଣ୍ଡି ସହରର ଐତିହ୍ୟ ତଥା ସହର ଉପକଣ୍ଠସ୍ଥ ଜମିଗୁଡିକୁ ଜଳସେଚନ ପାଇଁ ବ୍ୟବହାର ହେଉଥିଲା ବର୍ତ୍ତମାନ ତାହା ପରିତ୍ୟକ୍ତ ଅବସ୍ତାରେ ରହିଛି। ଅନ୍ୟପକ୍ଷରେ ଏହା ସହର ଉପକଣ୍ଠସ୍ଥ ନିକାଞ୍ଚନ ଅଞ୍ଚଳ ହୋଇଥିବାରୁ ସା ପରେ ଏହି ତଟରେ ଥିବା ପାହାଚ ଉପରେ ଅସାମାଜିକ ବ୍ୟକ୍ତିମାନେ ବସି ମଦ୍ୟପାନ କରୁଛନ୍ତି ଏବଂ ସମସ୍ତ ପ୍ରକାର ଅଳିଆ ଆବର୍ଜନା ତଟରେ ଏବଂ ସୀତା ସାଗରରେ ପକାଉଛନ୍ତି। ବାରମ୍ବାର ଦାବି ସତ୍ତେ ଏହି ପୋଖରୀର ପୁନଃରୁଦ୍ଧାର ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ମହାରାଜାଙ୍କ ଅମଳରେ ଏହି ପୁରାତନ ବଡ ପୋଖରୀ ପାରଳାଖେମୁଣ୍ଡି ସହରର ବହୁ ଐତିହ୍ୟ ବହନ କରୁଥିଲା। ୨୦୦୭ରେ ଏହି ପୋଖରୀ ସଫେଇ କାର୍ଯ୍ୟ ହେବା ପରେ ୨୦୧୨ ପର୍ଯ୍ୟନ୍ତ ଏହା କିଛିଟା କାର୍ଯ୍ୟକ୍ଷମ ହେଉଥିଲା। ପାରଳାଖେମୁଣ୍ଡିସ୍ଥିତ ମତ୍ସଜୀବୀ ସମବାୟ ସମିତି ପ୍ରତି ବର୍ଷ ନିୟମ ଅନୁଯାୟୀ ଏହି ପୋଖରୀ ଲିଜ୍‌ ନେଉଛି । ମାତ୍ର ଏହି ପୋଖରୀରୁ କୌଣସି ମାଛ ଉତ୍ପାଦନ ହେଇପାରୁ ନାହିଁ କିମ୍ବା ଏହି ପୋଖରୀ ସ୍ଥାନୀୟ ଅଞ୍ଚଳରେ କୌଣସି କାର୍ଯ୍ୟରେ ଆସିପାରୁ ନାହିଁ । ଏଥିପାଇଁ ବାରମ୍ବାର ମତ୍ସଜୀବୀମାନେ ପ୍ରଶାସନ ନିକଟରେ ଅଭିଯୋଗ ଜଣାଇଛନ୍ତି। ମତ୍ସଜୀବୀମାନେ ଏ ସମ୍ପର୍କରେ ରାଜ୍ୟସ୍ତରରେ ମଧ୍ୟ ଅଭିଯୋଗ ପୂର୍ବରୁ ଆଣୁଥିବାର ସୂଚନା ରହିଛି । ମାତ୍ର ଏହାର କୌଣସି ସୁଫଳ ମିଳିନାହିଁ । ଅନ୍ୟପକ୍ଷରେ ଏହି ସୀତାସାଗର ପୁନଃଉଦ୍ଧାର ନହେବା ଯୋଗୁଁ ଆବର୍ଜନା ଏବଂ ମାଟି ଦ୍ୱାରା ଏହା ଚାରିକଡରୁ ପୋତି ହୋଇ ଏହା ଧିରେ ଧିରେ ସଙ୍କୁଚିତ ହେବାରେ ଲାଗିଛି। ତେଣୁ ପ୍ରଶାସନ ଏହାର ପୁନରୁଦ୍ଧାର ନିମନ୍ତେ ତୁରନ୍ତ ଦୃଷ୍ଟି ହେବାକୁ
ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମେସିଙ୍କ ସହ ସେଲ୍‌ଫି ନେବାକୁ ଚାହୁଁଥିଲେ ବିକ୍ରି କରିବାକୁ ପଡ଼ିପାରେ ଆପଣଙ୍କ ଘର! ଟିକେଟର ଦାମ ଶୁଣିଲେ…

ନୂଆଦିଲ୍ଲୀ,୧୪।୧୨: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ବର୍ତ୍ତମାନ ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଥମେ କୋଲକାତାରେ ପହଞ୍ଚିଥିଲେ, ତା’ପରେ ହାଇଦ୍ରାବାଦରେ ପହଞ୍ଚିଥିଲେ...

ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା…

ଭୁବନେଶ୍ୱର,୧୪ା୧୨: ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଶୀତ। ରାଉରକେଲା ସହରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୮.୯, କେନ୍ଦୁଝରରେ ୧୦.୬ ଡିଗ୍ରୀ...

‘ଗିରଫ ହୁଅନ୍ତୁ ମମତା,’ କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ଗୁଆହାଟି,୧୪।୧୨: ଶନିବାର କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ ଏକ କାର୍ଯ୍ୟକ୍ରମରେ ଘଟିଥିବା ବିଶୃଙ୍ଖଳା ପରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସମାଲୋଚନାର ଶିକାର...

‘ଜଞ୍ଜିରରେ ହୋଇଛି ବନ୍ଧା…ମାଡ଼ରେ ଶରୀର ରୁଟି ଭଳି ଫୁଲିଯାଇଛି…’, ମାସୁଦ ଆଝାରଙ୍କ ଭାଇରାଲ ଅଡିଓ କ୍ଲିପକୁ ନେଇ ବଢୁଛି ଚର୍ଚ୍ଚା

ଇସଲାମାବାଦ,୧୪।୧୨: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ନେତା ମାସୁଦ ଆଝାରଙ୍କ ଏକ ଚାଞ୍ଚଲ୍ୟକର ଅଡିଓ କ୍ଲିପ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି...

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri