Categories: ବାଣିଜ୍ୟ

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଜିଏସଟି କାଉନସିଲ ବୈଠକ, ଅନଲାଇନ ଗେମ୍‌ ଉପରେ ଟିକସ ଲଗାଇବା ନେଇ ହେବ ଚର୍ଚ୍ଚା

ନୂଆଦିଲ୍ଲୀ,୨।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୁଧବାର ଜିଏସି କାଉନସେଲିଂ ବୈଠକ ହେବାକୁ ଯାଉଛି। ଏଥିସହ ବୈଠକରେ ପରିଷଦ ଅନଲାଇନ ଗେମିଂର ସଂଜ୍ଞା ସ୍ପଷ୍ଟ କରିବା ସହ ଏହା ଉପରେ ୨୮ ପ୍ରତିଶତ ଟିକସ ଲଗାଯିବା ନେଇ ଆଲୋଚନା କରିବ। ଅର୍ଥମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଯୋଗ ଦେବେ। ତେବେ ଜୁଲାଇ ୧୧ରେ ଅନୁଷ୍ଠିତ ହୋଇଥିବା ବୈଠକରେ ଅନଲାଇନ ଗେମ୍‌, ହର୍ସ ରେସ୍‌ ଏବଂ କାଜିନୋଗୁଡିକର ୨୮ପ୍ରତିଶତ ଟିକସ ଲଗାଇବା ନେଇ ନିଷ୍ପତ୍ତି ହୋଇଥିଲା।

Share