Categories: ଜାତୀୟ

ସଂସଦରେ ହଠାତ୍‌ ଏମିତି ରାଗିଗଲେ ନିର୍ମଳା ସୀତାରମଣ, ବିତର୍କ ପାଇଁ କଂଗ୍ରେସକୁ ଦେଲେ ଖୋଲା ଚ୍ୟାଲେଞ୍ଜ

ନୂଆଦିଲ୍‌ଲୀ,୨୪।୭: ବଜେଟ୍‌କୁ ନେଇ ସଂସଦରେ ହଙ୍ଗାମା ଜାରି ରହିଛି। କେନ୍ଦ୍ର ସରକାରଙ୍କୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜ୍ଜୁନ ଖାର୍ଗେ ବିରୋଧ କରୁଛନ୍ତି। ତେବେ ବୁଧବାର ସଂସଦରେ ରାହୁଲ କେବଳ ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ବଜେଟ୍‌ରେ ସବୁ ଥିବାବେଳେ ଅନ୍ୟ ରାଜ୍ୟ ପାଇଁ କିଛି ଦେଇ ନାହାନ୍ତି କହି ବିରୋଧ କରିଛନ୍ତି। ଯାହାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିରକ୍ତି ହୋଇଛନ୍ତି।

କର୍ନାଟକ, ମହାରାଷ୍ଟ୍ର ଏବଂ ତାମିଲନାଡୁର ନାମ ନ ନେଇ ଅନ୍ୟ ରାଜ୍ୟ ପାଇଁ ବଜେଟ୍‌ରେ ସବୁ ସୁବିଧା ଥିବାରୁ ବିରୋଧୀଦଳଙ୍କ ଅଭିଯୋଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟ ସଭାରେ ବିରକ୍ତ ପ୍ରକାଶ କରିଛନ୍ତି। ଅର୍ଥମନ୍ତ୍ରୀ କଂଗ୍ରେସକୁ ଚ୍ୟାଲେଞ୍ଜ କରିଛନ୍ତି, ଆପଣ ଆପଣଙ୍କର ସମସ୍ତ ବଜେଟ ଭାଷଣରେ ସମସ୍ତ ରାଜ୍ୟର ନାମ ନେଇଛନ୍ତି କି? ଆମ ବଜେଟ ଭାଷଣରେ ଆମେ ସମସ୍ତ ରାଜ୍ୟର ନାମ ନେଇନାହୁଁ, ଏହାର ଅର୍ଥ ନୁହେଁ ଯେ ଆମେ ସେହି ରାଜ୍ୟଗୁଡିକ ପାଇଁ ବଜେଟରେ କିଛି ରଖିନାହୁଁ। ଏଥିପାଇଁ ସେ ଖୋଲା ବିତର୍କ ପାଇଁ ସେ କଂଗ୍ରେସକୁ ଚ୍ୟାଲେଞ୍ଜ କରିଛନ୍ତି।

Share