Posted inଜାତୀୟ

ସୀତାରାମନ୍‌ଙ୍କ ୬ ବଜେଟ ବିନ୍ଧାଣି

ନୂଆଦିଲ୍ଲୀ, ୩୧ା୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆସନ୍ତା ୧ ତାରିଖରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ କେନ୍ଦ୍ରୀୟ ବଜେଟକୁ ଉପସ୍ଥାପନ କରିବେ। ଚଳିତ ଥର ଅଷ୍ଟମ ଥର ପାଇଁ ସୀତାରାମନ ଏହି ବଜେଟ ଉପସ୍ଥାପନ କରିବେ। ତେବେ ଉକ୍ତ ବଜେଟକୁ ଅନ୍ତିମ ସ୍ବରୂପ ଦେବା ପାଇଁ ଅର୍ଥମନ୍ତ୍ରୀଙ୍କ ନେତୃତ୍ୱରେ ତାଙ୍କ ବଜେଟ ଟିମ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ଟିମ୍‌ର ପ୍ରମୁଖ ଚେହେରାମାନଙ୍କ ମଧ୍ୟରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ଥ ନାଗେଶ୍ୱରନ, ଅର୍ଥ ସଚିବ ତୁହିନ୍‌ କାନ୍ତ ପାଣ୍ଡେ, ଅର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠ୍‌, ବ୍ୟୟ ସଚିବ ମନୋଜ ଗୋବିଲ, ଅର୍ଥନୈତିକ ସେବା ସଚିବ ଏମ୍‌ ନାଗରାଜୁ ଓ ଡିଆଇପିଏଏମ୍‌ ସଚିବ ଅରୁନୀଶ ଚାଓ୍ବଲା ରହିଛନ୍ତି।
ଭି. ଅନନ୍ଥ ନାଗେଶ୍ୱରନ : ବଜେଟ ୨୦୨୫ରେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିବାର ଦାୟିତ୍ୱ ଭି. ଅନନ୍ଥ ନାଗେଶ୍ୱରନଙ୍କ ଉପରେ ରହିଛି। ଆଇଆଇଏମ୍‌ ଅହମଦାବାଦର ଏହି ପୂର୍ବତନ ଛାତ୍ର ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ ସମ୍ପ୍ରତି ନିଜ ଦାୟିତ୍ୱ ନିର୍ବାହ କରୁଛନ୍ତି। ଦେଶର ଅର୍ଥନୈତିକ ସ୍ଥିତିକୁ ବିଶ୍ଳେଷଣ କରିବା ସହ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ବିଭିନ୍ନ ସଂସ୍କାର ଆଣିବା ଦିଗରେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେବାରେ ତାଙ୍କର ଭୂମିକା ରହିଛି।
ତୁହିନ୍‌କାନ୍ତ ପାଣ୍ଡେ: ୧୯୮୭ ବ୍ୟାଚ୍‌ ଓଡ଼ିଶା କ୍ୟାଡରର ଆଇଏଏଏସ୍‌ ଅଧିକାରୀ ତୁହିନ୍‌କାନ୍ତ ପାଣ୍ଡେ ନିକଟରେ ଫାଇନାନ୍ସ ଏବଂ ରେଭେନ୍ୟୁ ସେକ୍ରେଟେରି ଭାବେ ନିଯୁକ୍ତ ହୋଇଛନ୍ତି। ରାଜସ୍ବ ବୃଦ୍ଧି ସହ ଟିକସ ବ୍ୟବସ୍ଥାକୁ ସରଳୀକରଣ କରିବାରେ ତାଙ୍କର ଭୂମିକା ରହିବ।
ଅଜୟ ସେଠ: ୧୯୮୭ ବ୍ୟାଚ୍‌ କର୍ନାଟକ କ୍ୟାଡରର ଏହି ଆଇଏଏସ୍‌ ଅଧିକାରୀ ସମ୍ପ୍ରତି ଭାରତ ସରକାରଙ୍କ ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ଭାବେ କାର୍ଯ୍ୟରତ ଅଛନ୍ତି। ବଜେଟ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ସହ ଦେଶରେ ଅର୍ଥନୈତିକ ସ୍ଥିରତା ବଜାୟ ରଖିବାରେ ତାଙ୍କର ଭୂମିକା ରହିବ।
ମନୋଜ ଗୋବିଲ: ୧୯୯୧ ବ୍ୟାଚ୍‌ ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ୍‌ ଅଧିକାରୀ ମନୋଜ ଗୋବିଲ ଗତବର୍ଷ ଅଗଷ୍ଟରେ କେନ୍ଦ୍ର ସରକାରଙ୍କ ବ୍ୟୟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସରକାରୀ ଖର୍ଚ୍ଚ ପରିଚାଳନାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ବ୍ୟୟ ବିଭାଗ ସଚିବ ଦାୟିତ୍ୱ ତୁଲାଇବା ପୂର୍ବରୁ ସେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।
ଏମ୍‌. ନାଗରାଜୁ: ୧୯୯୩ ବ୍ୟାଚ୍‌ ତ୍ରିପୁରା କ୍ୟାଡରର ଏହି ଆଇଏଏସ୍‌ ଅଧିକାରୀ ସମ୍ପ୍ରତି ଅର୍ଥନୈତିକ ସେବା ବିଭାଗର ସଚିବ ଭାବେ କାର୍ଯ୍ୟରତ ଅଛନ୍ତି। ଫିନ୍‌ଟେକ କମ୍ପାନୀଗୁଡ଼ିକୁ ନିୟନ୍ତ୍ରଣ କରିବା ସହ ବୀମା କ୍ଷେତ୍ର ବିସ୍ତାରରେ ତାଙ୍କର ପ୍ରମୁଖ ଭୂମିକା ରହିବ।
ଅରୁନୀଶ ଚାଓ୍ବଲା: ବିହାର କ୍ୟାଡରର ଏହି ଆଇଏଏସ୍‌ ଅଧିକାରୀ ସମ୍ପ୍ରତି ଡିଆଇପିଏଏମ୍‌ର ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଦ୍ୱାରା ପରିଚାଳିତ ଅଣମୂଳ ସମ୍ପତ୍ତିର ମୂଲ୍ୟକୁ ଅନ୍‌ଲକ୍‌ କରାଇବାରେ ତାଙ୍କର ପାରଦର୍ଶିତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂତନ ଅବକାରୀ ନୀତି ପାଇଁ ୨୦୦୦ କୋଟି ରାଜସ୍ୱ କ୍ଷତି ସହିଛନ୍ତି ସରକାର: CAG ରିପୋର୍ଟ

ନୂଆଦିଲ୍ଲୀ,୨୫।୨: ମଙ୍ଗଳବାର ଦିଲ୍ଲୀ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ, ଦିଲ୍ଲୀ ଅବକାରୀ ଦୁର୍ନୀତି ଉପରେ ସିଏଜି ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା...

ପୂର୍ବତନ କଂଗ୍ରେସ ଏମ୍‌ପି ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ

ନୂଆଦିଲ୍ଲୀ,୨୫।୨: ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କଂଗ୍ରେସ ଏମ୍‌ପି ସଜ୍ଜନ କୁମାରଙ୍କୁ ରୌଜ୍‌ ଏଭିନ୍ୟୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ...

Canada Visa Rules: ଭିଜା ନିୟମରେ ପରିବର୍ତ୍ତନ କଲା କାନାଡା, ଭୟରେ ୪.୨୭ ଲକ୍ଷ ଭାରତୀୟ

ନୂଆଦିଲ୍ଲୀ,୨୫।୨: କାନାଡା ଫେବୃଆରୀ ୨୦୨୫ଠାରୁ ତାର ଭିଜା ନିୟମରେ ବଡ଼ ପରିବର୍ତ୍ତନ କରିଛି, ଯାହା ହଜାର ହଜାର ଛାତ୍ର, ଶ୍ରମିକ ଏବଂ ପ୍ରବାସୀ, ବିଶେଷକରି ଭାରତୀୟଙ୍କୁ...

ପୀୟୁଷ ଗୋଏଲଙ୍କ ସହ ଫଟୋ ଶେୟାର କରି କ’ଣ ବାର୍ତ୍ତା ଦେଲେ ଥରୁର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୫।୨: କଂଗ୍ରେସରେ ଚାଲିଥିବା ଭିତିରି କଳି ମଧ୍ୟରେ, କଂଗ୍ରେସ ଏମପି ଶଶି ଥରୁର କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି। ତାଙ୍କର...

IIT ବାବାଙ୍କୁ ନିଜ ଚାକିରି ଦେଇଦେଲେ MBA ଚାଇ ୱାଲାର ମାଲିକ ପ୍ରଫୁଲ୍ଲ ବିଲୋର, କାହିଁକି ଜାଣନ୍ତୁ, ସୋସିଆଲ ମିଡିଆରେ ପୋଷ୍ଟ କରି…

ନୂଆଦିଲ୍ଲୀ,୨୫।୨: MBA ଚାଇ ୱାଲା ଗ୍ରୁପ ମାଲିକ ପ୍ରଫୁଲ୍ଲ ବିଲୋର ପ୍ରାୟତଃ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଖବରରେ ଥାଆନ୍ତି। ପ୍ରତିଦିନ ସେ କିଛି...

ପାକିସ୍ତାନରେ ଭାରତର ପତାକା ଉଡାଇବାରୁ ପ୍ରଶଂସକଙ୍କୁ ବାନ୍ଧିଲା ପୋଲିସ, ଏନେଇ ଭାରତରେ କ’ଣ ରହିଛି ନିୟମ

ଯେଉଁ ଦେଶ ହେଉନା କାହିଁକି, ସେହି ଦେଶର ନାଗରିକଙ୍କ ମଧ୍ୟରେ ଦେଶପ୍ରେମର ଭାବନା ରହିବା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଦେଶପ୍ରେମର ଭାବନା କିପରି ପ୍ରମାଣିତ ହେବ? ଏହି...

BJP vs AAP on Delhi CM office: ମୁଖ୍ୟମନ୍ତ୍ରୀ- ସରକାରୀ କାର୍ଯ୍ୟାଳୟରେ ମହାପୁରୁଷଙ୍କ ଫଟୋ ରହିବା ଆବଶ୍ୟକ? କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୨: ଦିଲ୍ଲୀ CM officeରେ ମହାପୁରୁଷଙ୍କ ଫଟୋକୁ ନେଇ ରାଜ୍ୟରେ ହଙ୍ଗାମା ଚାଲିଛି। ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ...

‘ଲ୍ୟାଣ୍ଡ ଫର ଜବ’ମାମଲାରେ ଲାଲୁଙ୍କ ଫ୍ୟାମିଲିକୁ ଲାଗିଲା ଝଟକା, ଜାରି ହେଲା ସମନ

ପାଟନା,୨୫।୨: ‘ଲ୍ୟାଣ୍ଡ ଫର ଜବ’ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ଏକ ବଡ଼ ଝଟକା ଲାଗିଛି। ଏହି ମାମଲାରେ ଦାଖଲ ହୋଇଥିବା ଚୂଡ଼ାନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image