ଥାନାରେ ବସି ମଦ ପିଇବା ମଡ଼ିଲା ମହଙ୍ଗା: ପୋଲିସ ବାବୁଙ୍କ ଭିଡ଼ିଓ ଭାଇରାଲ

କାନପୁର, ୨୩।୮: ଥାନାରେ ବସି ମଦ ପିଇବା ଜଣେ ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଛି। ଏବେ ସୋସିଆଲ୍‌ ମିଡ଼ିଆରେ ମଦ ପିଉଥିବା ଥାନା ବାବୁ ଜେ.ପି. ସିଂ ପରିହାରଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶ କାନପୁରର ଘାଟମ୍‌ ପୁର ଥାନାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଭିଡ଼ିଓ ଭାଇରାଲ ହେବା ପରେ ଏସ୍‌ଏସ୍‌ପି ପ୍ରତିବିନ୍ଦର ସିଂ ଥାନା ବାବୁଙ୍କୁ ନିଲମ୍ବିତ କରିଛନ୍ତି। ଥାନାର ଅନ୍ୟ ପୋଲିସ ମଧ୍ୟ ଏକାଠି ବସି ମଦ ପିଉଥିବାରୁ ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି। ଡ୍ୟୁଟିରେ ମଦ ପିଇବା ଥାନା ବାବୁଙ୍କ ଅଭ୍ୟାସ ବୋଲି ଲୋକେ ଅଭିଯୋଗ କରିଛନ୍ତି। ବହୁ ଥର ସେ ମଦ ନିଶାରେ ନାଳରେ ପଡ଼ିଥିବା କୁହାଯାଉଛି। ଭିଡ଼ିଓ ଭାଇରାଲ ହେବା ପରେ ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହାଦ୍ୱାରା ପୋଲିସ ବିଭଗାର ଗାରିମା ଉପରେ ଆଞ୍ଚ ଆସିଥିବା ଏସ୍‌ଏସ୍‌ପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମାସରେ କୁଏତ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୨୧-୨୨ରେ କୁଏତ ଗସ୍ତ କରିପାରନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ କୁଏତ ଗସ୍ତକୁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ନିକଟରେ...

ରାଷ୍ଟ୍ରପତିଙ୍କୁ ବି ଛାଡିଲେନି

ନୂଆଦିଲ୍ଲୀ,୧୭।୧୨: ସୋସିଆଲ ମିଡିଆରେ ଯେକୌଣସି ବ୍ୟକ୍ତିଙ୍କ ନକଲି ପ୍ରୋଫାଇଲ ତିଆରି କରି ଲୋକଙ୍କଠାରୁ ଟଙ୍କା ଲୁଟିବା ମାମଲା ପ୍ରାୟତଃ ସାମ୍ନାକୁ ଆସିଥାଏ। ଅନେକ ଥର ଠକମାନେ...

ସବୁଠୁ ପ୍ରଦୂଷିତ ସହରର ତାଲିକା ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭ା୧୨: ପ୍ରଦୂଷଣ ସାରା ଦେଶର ସମସ୍ୟା ବୋଲି ସୁପ୍ରିମକୋର୍ଟ ସୋମବାର କହିବା ସହ ଅତ୍ୟଧିକ ପ୍ରଦୂଷିତ ସହରଗୁଡ଼ିକର ତାଲିକା ଦାଖଲ ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।...

କେନ୍ଦ୍ର, ରାଜ୍ୟକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭ା୧୨: ଭାରତରେ ମହିଳା, ଶିଶୁ ଓ ତୃତୀୟ ଲିଙ୍ଗୀଙ୍କ ପ୍ରତି ଅପରାଧ ବଢ଼ୁଥିବାରୁ ଏହାକୁ ରୋକିବା ଦିଗରେ କେତେକ କଠୋର ପଦକ୍ଷେପ ଗ୍ରହଣ କରାଯିବାକୁ ସୁପ୍ରିମକୋର୍ଟରେ...

ନେହେରୁଙ୍କୁ ନେଇ ସୀତାରାମନ-ଖାର୍ଗେ ମୁହାଁମୁହିଁ

ନୂଆଦିଲ୍ଲୀ,୧୭ା୧୨: ୧୯୫୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ସମ୍ବିଧାନ ସଂଶୋଧନ କରି ବାକ୍‌ ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇଥିଲେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୋମବାର...

ଭାରତରେ ରହିଛି ୨୧ ନକଲି ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ, ୧୬।୧୨: ଭାରତରେ ସମୁଦାୟ ୨୧ ନକଲି ବିଶ୍ୱବିଦ୍ୟାଳୟ ରହିଛି। ସୋମବାର ଲୋକ ସଭାର ପ୍ରଶ୍ନକାଳ ସମୟରେ ଏକ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଶିକ୍ଷା ରାଷ୍ଟ୍ର...

ଶ୍ରୀଲଙ୍କା ମାଟିକୁ ଭାରତ ବିରୋଧରେ ବ୍ୟବହାର କରିବାକୁ ଦିଆଯିବନି: ଦିସାନାୟକେ

ନୂଆଦିଲ୍ଲୀ,୧୬ା୧୨: ଶ୍ରୀଲଙ୍କା ଏହାର ଅଞ୍ଚଳକୁ ଭାରତର ସ୍ବାର୍ଥ ବିରୋଧୀ କୌଣସି କାର୍ଯ୍ୟରେ ବ୍ୟବହାର ପାଇଁ ଅନୁମତି ଦେବ ନାହିଁ ବୋଲି ଏହାର ରାଷ୍ଟ୍ରପତି ଅନୁରା କୁମାରା...

ଭିକାରୀଙ୍କୁ ଭିକ ଦେଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ, ଏହି ସହରରେ ଲାଗୁ ହେଲା କଟକଣା

ନୂଆଦିଲ୍ଲୀ,୧୬।୧୨: ଭାରତର ବିଭିନ୍ନ ସହରର ଅନେକ ସ୍ଥାନରେ ଦିବ୍ୟାଙ୍ଗ ଏବଂ ଯାଯାବରମାନେ ଭିକ୍ଷାବୃତି କରିଥାନ୍ତି। ତେବେ କେତେକ ରାଜ୍ୟରେ ସହର ଗୁଡିକର ସୌନ୍ଦର୍ଯ୍ୟକରଣ କରାଯିବ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri