ଭୁବନେଶ୍ୱର,୫।୧୨- ଦୁଇ ଚକିଆ ଯାନ ଚଳାଉଥିବା ଏବଂ ପଛରେ ବସିଥିବା ବ୍ୟକ୍ତି ହେଲ୍ମେଟ ପିନ୍ଧିବେ। ଉଭୟଙ୍କ ପାଇଁ ହେଲ୍ମେଟ ବାଧ୍ୟତାମୂଳକ କରାଯାଇଛି । ଯଦି ପଛରେ ବସିଥିବା ବ୍ୟକ୍ତି ହେଲ୍ମେଟ ପିନ୍ଧି ନ ଥିବେ ତେବେ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବା ସହ ଜରିମାନା ଦେବାକୁ ପଡ଼ିବ। ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍ଟିଏ)ଙ୍କ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ହେଲ୍ମେଟ ପିନ୍ଧି ନ ଥିବାରୁ ୪୨ଟି ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବା ସହିତ ୧ ଲକ୍ଷ ୩୪ ହଜାର ଟଙ୍କା ଜରିମାନା କରାଯାଇଛି। ନିଜକୁ ସୁରକ୍ଷିତ ରଖିବା ସହ ଜରିମାନାରୁ ରକ୍ଷା ପାଇବା ପାଇଁ ହେଲ୍ମେଟ ପିନ୍ଧିବାକୁ ଏସ୍ଟିଏ ପକ୍ଷରୁ ଅନୁରୋଧ କରାଯାଇଛି।
Diving licence will be suspended if both the ride and person sitting do not wear helmets. Please wear helmets for your safety. https://t.co/wxLcVVUAEr
— State Transport Authority, Odisha (@STAOdisha) December 5, 2020