Categories: ରାଜ୍ୟ

ବିନା ହେଲମେଟରେ ବାଇକ ପଛରେ ବସିଲେ ଗଣିବେ ଜରିମାନା

ଭୁବନେଶ୍ୱର,୫।୧୨- ଦୁଇ ଚକିଆ ଯାନ ଚଳାଉଥିବା ଏବଂ ପଛରେ ବସିଥିବା ବ୍ୟକ୍ତି ହେଲ୍‌ମେଟ ପିନ୍ଧିବେ। ଉଭୟଙ୍କ ପାଇଁ ହେଲ୍‌ମେଟ ବାଧ୍ୟତାମୂଳକ କରାଯାଇଛି । ଯଦି ପଛରେ ବସିଥିବା ବ୍ୟକ୍ତି ହେଲ୍‌ମେଟ ପିନ୍ଧି ନ ଥିବେ ତେବେ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବା ସହ ଜରିମାନା ଦେବାକୁ ପଡ଼ିବ। ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ)ଙ୍କ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ହେଲ୍‌ମେଟ ପିନ୍ଧି ନ ଥିବାରୁ ୪୨ଟି ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବା ସହିତ ୧ ଲକ୍ଷ ୩୪ ହଜାର ଟଙ୍କା ଜରିମାନା କରାଯାଇଛି। ନିଜକୁ ସୁରକ୍ଷିତ ରଖିବା ସହ ଜରିମାନାରୁ ରକ୍ଷା ପାଇବା ପାଇଁ ହେଲ୍‌ମେଟ ପିନ୍ଧିବାକୁ ଏସ୍‌ଟିଏ ପକ୍ଷରୁ ଅନୁରୋଧ କରାଯାଇଛି।

Share