କରୋନା ପରିଚାଳନାରେ ବିଫଳତା ହେତୁ ଚାଇନାରେ ପରିସ୍ଥିତି ବିସ୍ଫୋରକ: ଡବ୍ଲୁଏଚଓ

ବେଜିଂ,୧୬ ।୧୨: ଚାଇନାରେ ବ୍ୟାପୁଥିବା କରୋନା ମହାମାରୀକୁ ନେଇ ଏବେବି ସେଠାରେ ଆଶାନ୍ତ ପରିସ୍ଥିତି ଲାଗି ରହିଛି । ସରକାରଙ୍କ ଜିରୋ କୋଭିଡ ନୀତିକୁ ନେଇ ଏବେବି ପ୍ରଶ୍ନ ଉଠୁଛି । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ ଟେଡ୍ରୋସ୍ ଆଡାନୋମ ଘେବ୍ରେୟସସ କହିଛନ୍ତି, ପ୍ରଦର୍ଶନ ନାଁରେ ଚାଇନା ଚତୁରତାର ସହ ଜିରୋ କୋଭିଡ ନୀତି ପରିତ୍ୟାଗ କରିଛି । କାରଣ ବାସ୍ତବରେ ଏହାର ନୀତି ପ୍ରଭାବଶାଳୀ ନୁହେଁ । ଏହାସହ ସଂକ୍ରମଣ କ୍ରମାଗତ ଭାବେ ବଢି ଚାଲିଛି ।
ଘେବ୍ରେୟସସ କହିଛନ୍ତି, ବର୍ତ୍ତମାନ ସମଗ୍ର ବିଶ୍ୱ ବିଶ୍ୱାସ କରୁଛି ଯେ ଚାଇନାରେ ଜିରୋ କୋଭିଡ ନୀତିକୁ ଉଠାଇ ଦେବା ପରେ ସଂକ୍ରମଣ ପରିସ୍ଥିତି ବିସ୍ଫୋରକ ହୋଇଛି । ପ୍ରକୃତ କଥା ହେଉଛି ଚାଇନାରେ କୋଭିଡ ମ୍ୟାନେଜମେଣ୍ଟର ସମସ୍ତ ଉଦ୍ୟମ ବିଫଳ ହୋଇଛି । ଜିରୋ କୋଭିଡ ନୀତି ନାଁରେ ଲୋକଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲା । କୋଭିଡ ସଂକ୍ରମଣର ଆକଳନ ନ କରିବା ପାଇଁ ଘେବ୍ରେୟସସ ଚାଇନା ଉପରେ ଚାପ ପକାଇଥିଲେ । ସେ କହିଥିଲେ ସଂକ୍ରମଣର କାରଣ ବୁଝିବା ପାଇଁ ଏହି ଆକଳନ ଗୁଡିକର ଆବଶ୍ୟକତା ରହିଛି । ତେବେ କରୋନା ଭାଇରସର ଉତ୍ପତି ସହ ଜଡିତ ତଦନ୍ତରେ ଚାଇନା ସହଯୋଗ କରୁନାହିଁ ।

Share